40.1 C
Bhubaneswar
Wednesday, April 24, 2024
Homeଅପରାଧଏଟିଏମ୍ ଲୁଟ ଉଦ୍ୟମ ପଣ୍ଡ,ଅଳ୍ପକେ ବର୍ତ୍ତିଲେ ମାଲିକ

ଏଟିଏମ୍ ଲୁଟ ଉଦ୍ୟମ ପଣ୍ଡ,ଅଳ୍ପକେ ବର୍ତ୍ତିଲେ ମାଲିକ

ମୟୁରଭଞ୍ଜ : ରାଇରଙ୍ଗପୁର ଅଞ୍ଚଳରେ ବଢୁଛି ଲୁଟେରାଙ୍କ ଉପଦ୍ରବ। ଯାହା ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟ ଗୋରୁମହିଷାଣୀ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ,ଇଚିଣ୍ଡା ବ୍ରାଞ୍ଚର ଏଟିଏମ୍ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା। ଭଙ୍ଗାରୁଜା ଶବ୍ଦ ଶୁଣି ଘର ମାଲିକଙ୍କ ଚିତ୍କାର ଯୋଗୁଁ ଲୁଟେରାଙ୍କ ସବୁଉଦ୍ୟମ ପଣ୍ଡ ହୋଇଯାଇଛି । ଖବର ଅନୁଯାୟୀ ମଙ୍ଗଳବାର ରାତିପ୍ରାୟ ୨ଟା୫୦ ସମୟରେ ମୁହଁରେ ଧଳା କପଡାପିନ୍ଧା ଲୁଟେରା ଏକଲୁହାରଡ଼ ସାହାଯ୍ୟରେ ଏଟିଏମ୍ ଭାଙ୍ଗୁଥିଲା। ଏଟିଏମ୍ ରୁ କିଛି ଅଂଶ ଭାଙ୍ଗି ମଧ୍ୟ ଦେଇଥିଲା ।ଏଟିଏମ୍ ଥିବା ଘରମାଲିକ ଶବ୍ଦ ଶୁଣି କବାଟ ଖୋଲି ଘର ବାହାରପଟେ ଓହ୍ଲାଇ ଚୋର ଚୋର କହି ଚିତ୍କାର କରିଥିଲେ । ଚିତ୍କାର କରି ଆସୁଥିବା ଘର ମାଲିକ ଉପରକୁ ଲୁଟେରା ଲୁହାରଡ଼ ଧରି ମାରିବାକୁ ଗୋଡ଼ାଇଥିଲା । ଲୁଟେରାର ଆକ୍ରମଣ ଉଦ୍ୟମରେ ଘରମାଲିକ ଡରି ଦୌଡ଼ି ପଳାଉଥିଲା ବେଳେ ଲୁଟେରା ଘରମାଲିକ ଉପରକୁ ଲୁହାରଡ଼ ଫୋପାଡିଥିଲା। ହେଲେ ଲୁହାରଡ଼ ଘରମାଲିକ ଦେହରେ ବାଜିନଥିଲା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ଘର ଉପରକୁ ଯାଇ ଚୋରଚୋର ଚିତ୍କାର କରିଥିଲେ ଘରମାଲିକ ।ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଆସି ଜମା ହୋଇଯାଇଥିଲେ । ଏହି ସୁଯୋଗରେ ଲୁଟେରା ସେଠାରୁ ଖସି ପଳାଇଥିଲା ।
ଖବରପାଇ ଆଜି ସକାଳେ ଘଟଣାସ୍ଥଳରେ ରାଇରଙ୍ଗପୁରପୋଲିସ ଓ ବ୍ୟାଙ୍କମେନେଜର ପହଞ୍ଚିଥିଲେ । ପରେ ସାଇଣ୍ଟିଫିକଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି । ତେବେ ଏଟିଏମ୍ ରେ ୧୧ଲକ୍ଷ ୪୫ହଜାର ଟଙ୍କାଥିଲା ବେଳେ ଘରମାଲିକଙ୍କ ସତର୍କତା ଆଉ ସାହସ ପାଇଁ ଲୁଟେରାଙ୍କ କବଳରୁ ବଞ୍ଚି ଯାଇଛି । ଏଘଟଣାକୁ ଦେଖିଲେ ରାଇରଙ୍ଗପୁର ସହରରେ ଦିନକୁଦିନ ଲୁଟେରାଙ୍କ ଉପଦ୍ରବ ପୋଲିସ ପାଇଁ ଭାରିପଡୁଛି ।ସୂଚନାଯୋଗ୍ୟ, କିଛିମାସ ପୂର୍ବେ ବସଷ୍ଟାଣ୍ଡ ବିଦେଶୀମଦ ଦୋକାନ ସଟର ଟେକି ୫୦ ରୁ ଉର୍ଦ୍ଧ୍ବ ମଦପେଟି ମୁଖାପିନ୍ଧା ଲୁଟେରା ଲୁଟି ନେଇଯାଇଥିଲେ । ସେହିଭଳି କିଛିଦିନ ତଳେ ରାତି ୧୦.୩୦ ରେ ରାଇରଙ୍ଗପୁର ସହରର ମୁଖ୍ୟବଜାରରେ ଥିବା ପାନମସଲା ବ୍ଯବସାୟୀଙ୍କୁ ବଂଧୁକ ଦେଖାଇ ୫ ଲକ୍ଷରୁ ଉର୍ଦ୍ଧ୍ବଟଙ୍କା ୪ ମୁଖାଧାରୀ ଲୁଟେରା ଲୁଟ୍ କରି ନେଇଥିଲେ । ପୁଣି ମୁଖାଧାରୀଙ୍କ ଏଟିଏମ୍ ଲୁଟ୍ ଉଦ୍ୟମ ଘଟଣା ସହରବାସୀଙ୍କ ଚିନ୍ତା ବଢାଇ ଦେଇଛି । ସହରର ମୁଖ୍ୟ ରାସ୍ତାରେ ଏଭଳିଘଟଣା ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଛି । ତେବେ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking