39.1 C
Bhubaneswar
Friday, April 26, 2024
Homeଓଡିଶାଥଣ୍ଡାରେ ଥରୁଛି ସାରା ଓଡିଶା

ଥଣ୍ଡାରେ ଥରୁଛି ସାରା ଓଡିଶା

ଭୁବନେଶ୍ବର: ଆଜି ବି ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଦିନକୁ ଦିନ ଖସୁଛି ପାରଦ ଓ ବଢ଼ୁଛି ଶୀତ । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ଘନ କୁହୁଡ଼ି ସହ ହାଡ଼ଭଙ୍ଗା ଶୀତ । ଆଜି ୧୦ ଡିଗ୍ରି ସେଲସିଅସ୍ ତଳେ ରାଜ୍ୟର ୮ଟି ସହରର ତାପମାତ୍ରା ରହିଛି । ଟିଟିଲାଗଡ଼, ସୋନପୁର ଓ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି । କୋରାପୁଟରେ ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ରହିଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ତାମପାତ୍ରା ୧୦ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି ।
ଗତକାଲି ଅପେକ୍ଷା ଆଜି ରାଜ୍ୟର ସବୁ ଜାଗାରେ ତାପମାତ୍ରା ବଢ଼ିଛି । ଏଣିକି ପାଗରେ ପରିବର୍ତନ ଆସିବ । ବୁଧବାର ରାତିଠାରୁ ରାଜ୍ୟର ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରା ଦେଢ଼ରୁ ୨ ଡିଗ୍ରି ପର‌୍ୟ୍ୟନ୍ତ ବଢ଼ିବ । ଏହାପରେ ୨ରୁ ୪ ଡିଗ୍ରି ପର‌୍ୟ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସେହିଭଳି ୧୪ ତାରିଖ ସକାଳେ ଅନୁଗୁଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଶୀତ ପ୍ରକୋପ ଲାଗିରହିବ । ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହୋଇପାରେ । ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ତଳେ ରହିଥିଲା । ସୋନପୁର ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି ।
 
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking