28.1 C
Bhubaneswar
Friday, April 26, 2024
Homeଓଡିଶାଫେଲ୍ ମାରିଲା ବ୍ୟାଘ୍ର ମିଶନ : ଫେରିଯିବେ ମହେନ୍ଦ୍ର ଓ ରାଜକୁମାର

ଫେଲ୍ ମାରିଲା ବ୍ୟାଘ୍ର ମିଶନ : ଫେରିଯିବେ ମହେନ୍ଦ୍ର ଓ ରାଜକୁମାର

ପୁରୁଣାକୋଟ୍ : କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ବ୍ୟାଘ୍ର ମିଶନରେ । ମାତ୍ର ଏହି ମିଶନ ଫେଲ୍ ମାରିଛି । ବାଘକୁ ଜଗିବାକୁ ଆସିଥିବା ଦୁଇ ହାତୀ ମହେନ୍ଦ୍ର ଓ ରାଜକୁମାରକୁ ନେଇ ବଢ଼ିଲାଣି ଜନଅସନ୍ତୋଷ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ବାଘୁଣୀର ଟ୍ରାକିଂ, ଶିକାରୀ ଓ କାଠ ମାଫିଆଙ୍କୁ ଚେକ୍ ଦେବାକୁ ୨ ହାତୀକୁ ସାତକୋଶିଆ ଅଣାଯାଇଥିଲା । କିନ୍ତୁ ସାତକୋଶିଆରେ ବାଘ ମିଶନ ଫେଲ ମାରିବା ପରେ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳକୁ ହାତୀ ଦ୍ୱୟକୁ ଫେରାଇ ନେବା ଦାବିରେ ଜେଏମ୍ଏମ୍ ପକ୍ଷରୁ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସୂଚନା ଅନୁସାରେ ୨୦୧୯ ମସିହା ଜାନୁୟାରୀ ୨୭ ତାରିଖରେ ହାତୀ ଦ୍ୱୟକୁ ସାତକୋଶିଆ ଅଣାଯାଇଥିଲା । ଅଣାଯିବା ପରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ଟ୍ରାଙ୍କୁଲାଇଜ ପରେ ବାଘୁଣୀର ଗତିବିଧିକୁ ନଜର ସହ କାଠମାଫିଆକୁ ସାତକୋଶିଆର ଜଙ୍ଗଲ ମଧ୍ୟରେ ଧରିବାକୁ ହାତୀ ଦ୍ୱୟକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା । ମୟୁରଭଞ୍ଜର ଜେଏମଏମ ସେନାଙ୍କ କହିବା ଅନୁଯାୟୀ ଶିମିଳିପାଳର ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ଶିମିଳିପାଳରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ସ୍ତାନାନ୍ତରିତ କରାଯାଇଥିଲା । ତେବେ ସେଠାକାର ପରିବେଶ ସହିତ ଖାପ ଖୁଆଇ ପାରୁନଥିବାରୁ ମହେନ୍ଦ୍ରର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ । ଏଣୁ ହାତୀ ଦୁଇଟିକୁ ତୁରନ୍ତ ଶିମିଳିପାଳକୁ ଫେରାଇ ଅଣାଯିବା ପାଇଁ ସେନା ଦାବି କରିଛି । ସେନା ଦାବି କରିବା ପରେ ଖୁବଶୀଘ୍ର ହାତୀ ଦ୍ୱୟକୁ ଶିମିଳିପାଳ ଫେରାଇ ଆଣିବାକୁ ବାରିପଦା ବନଖଣ୍ଡ ଅଧିକାରୀ ଉଚ୍ଚସ୍ତରୀୟ ପଦାଧିକାରୀମାନଙ୍କୁ ଜଣାଇଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking