30.1 C
Bhubaneswar
Monday, May 6, 2024
Homeଓଡିଶାପରିତ୍ୟକ୍ତ କୂଅରେ ପଡ଼ଛି ଗଦାଗଦା ଔଷଧ

ପରିତ୍ୟକ୍ତ କୂଅରେ ପଡ଼ଛି ଗଦାଗଦା ଔଷଧ

ଫୁଲବାଣୀ: ସରକାର କା ମାଲ ଦରିଆ ମେ ଡାଲ ,ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ସହ ମାଗଣା ଔଷଧ ଯୋଗାଇଦେବା ପାଇଁ ନିରାମୟ ଯୋଜନା କରିଛନ୍ତି ସରକାର । ଗୋଟିଏ ପଟେ ସାଧାରଣ ଲୋକେ ଟଙ୍କା ଦେଇ ଔଷଧ ଦୋକାନ ରୁ ଔଷଧ କିଣୁ ଥିବାବେଳେ ବେଳେ ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି । ଗଦା ଗଦା ଔଷଧ ଫିଙ୍ଗାଯାଉଛି ପରିତକ୍ତ କୂଅ ଭିତରେ । କନ୍ଧମାଳ ଜିଲ୍ଲା ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପରିତକ୍ତ କୂଅରେ ଫିଙ୍ଗା ଯାଉଛି କୋଟି କୋଟି ଟଙ୍କାର ଗଦା ଗଦା ଔଷଧ । ପୁଣି ମେଡିକାଲ ଅଧିକାରୀଙ୍କ ଘର ପରିସରେ ଥିବା ଏକ ପରିତ୍ୟକ୍ତ କୂଅରେ । ଏଭଳି କିଛି ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲା ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର । ଦେଖନ୍ତୁ ଏହି ଭିଜୁଆଲ କୁ ନୋରଫ୍ଲେକ୍ସ ଟାବଲେଟ ଝାଡା ରୋଗୀଙ୍କୁ ଦିଆଯାଇଥାଏ ।

କିନ୍ତୁ ଏହାର ଅବଧି ସରିଥିବାରୁ ପ୍ୟାକେଟ ପ୍ୟାକେଟ ଔଷଧ କୂଅ ଭିତରେ ଫିଙ୍ଗା ଯାଉଛି । ଏଭଳି ଗୋଟିଏ କି ଦୁଇଟି ଔଷଧ ନୁହେଁ । ସବୁ ରୋଗ ପାଇଁ ଆସୁଥିବା ବିଭିନ୍ନ କମ୍ପାନୀର ନାମିଦାମି ଔଷଧ ପରିତକ୍ତ କୂଅ ଭିତରେ ପଡିରହିଛି । ଏହି ଔଷଧ ମଧ୍ୟରେ ରହିଛି ନୋରୋଫ୍ଲେକ୍ସ , ପୋଭିଡୋନ, ବେଟାଡିନ, ଶିପ୍ରୋଫୋଲ୍କ୍‌ଷାକିନ ଭଳି ନାମିଦାମି ଔଷଧ । ସାଧାରଣ ଲୋକେ ଔଷଧ ଦୋକାନରୁ ଔଷଧ କିଣୁ ଥିବାବେଳେ ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି ବୋଲି କହିଛନ୍ତି ଗ୍ରମର ସୌମେନ୍ଦ୍ର କୁମାର ପ୍ରଧାନ । ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକେ ସ୍ୱାସ୍ଥ୍ୟସେବା ପାଉନଥିବାରୁ ଘରୋଇ କ୍ଲିନିକ ରେ ଚିକତ୍ସା ହେଉଥିବା ଅଭିଯୋଗ ହୋଇଛି । ଏହି ଔଷଧ ସାଧାରଣ ଲୋଙ୍କ ପାଇଁ ଆସୁଥିଲେ ମଧ୍ୟ ଲୋକେ ପାଇପାରୁନଥିବା ଅଭିଯୋଗ ହୋଇଛି। ସେପଟେ ଔଷଧ ଫିଙ୍ଗା ବିଷୟ ଜାଣି ନଥିବା ବେଳେ କିଛି ମାତ୍ର ଔଷଧ ଫିଙ୍ଗାଯାଇଛି ବୋଲି କହିଛନ୍ତି ଡାକ୍ତରଖାନା ଅଧିକାରୀ ପିୟୁଷ ସାମଲ । ଏନେଇ ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କନ୍ଧମାଳ ସିଡିଏମଓ ମନୋଜ କୁମାର ଉପାଧ୍ୟାୟ । ଯଥା ଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଧିବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking