30.1 C
Bhubaneswar
Sunday, May 19, 2024
Homeଓଡିଶାମୁମ୍ବାଇରେ ଓଡ଼ିଆ ମହିଳାଙ୍କ ଝୁଲନ୍ତା ମୁତଦେହ ଉଦ୍ଧାର

ମୁମ୍ବାଇରେ ଓଡ଼ିଆ ମହିଳାଙ୍କ ଝୁଲନ୍ତା ମୁତଦେହ ଉଦ୍ଧାର

ଦିଗପହଣ୍ଡି: ଦିଗପହଣ୍ଡି ମୌଳାଭଞ୍ଜା ଗ୍ରାମର ସ୍ୱର୍ଗତ କୈଳାଶ ସାହୁଙ୍କ ଝିଅ ମମତା ସାହୁଙ୍କୁ ଯୌତୁକ ପାଇଁ ତାଙ୍କ ସ୍ୱାମୀ ତୋଫାନ୍ ଭୁୟାଁ ମୁମ୍ବାଇ ନେଇ ସେଠାରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମମତାଙ୍କ ମାଁ ଶୋଭା ସାହୁ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାରକରି ଥାନାରେ ଅଭିଯୁକ୍ତ ସ୍ୱାମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ପୁଲିସ୍ ସୂଚନା ପ୍ରକାରେ ଗତ ୨୦୧୭ ମସିହାରେ ପୁରୁଷୋତ୍ତମପୁର ଥାନା ଗଙ୍ଗାଦାଉଣି ଗ୍ରାମର ବିଜୁଳି ଭୂୟାଁଙ୍କ ପୂଅ ତୋଫାନ୍ ଭୁୟାଁ ସହ ମୌଳାଭଞ୍ଜା ଗ୍ରାମର ସ୍ୱର୍ଗତ କୌଳାସ ସାହୁଙ୍କ ଝିଅ ମମତା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।

ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା । ବିବାହ ପରଠାରୁ ମମତାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଆଶାରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତ ରବିବାର ମଧ୍ୟାହ୍ନରେ ମମତାଙ୍କୁ ମୁମ୍ବାଇରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟା ରୁପ ଦେବାକୁ ସ୍ୱାମୀ ତୋଫାନ୍ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସେଠାକାର ପୁଲିସ୍ ତୋଫାନ୍‌ଙ୍କୁ ଥାନାରେ ଅଟକ ରଖି ମାରାଥନ୍ ଜେରା କରିଛି । ଏନେଇ ମାମଲା ରୁଜୁକରି ମୃତ ଦେହକୁ ବ୍ୟବଛେଦ କରାଇ ହସ୍‌ପିଟାଲ୍‌ରେ ସଂରକ୍ଷିତ କରି ରଖାଯାଇଥିବା ତୋଫାନ୍ ଦିଗପହଣ୍ଡି ପୋଲିସ୍‌କୁ ସୂଚନା ଦେଇଛନ୍ତି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ଦିଗପହଣ୍ଡି ପୁଲିସ୍ ମୁମ୍ବାଇ ଗସ୍ତକରି ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking