33.1 C
Bhubaneswar
Wednesday, April 24, 2024
Homeଓଡିଶାଅନୁଗୁଳସ୍ତ୍ରୀକୁ ମାଡ଼ମାରି ସ୍ୱାମୀ ଗିରଫ

ସ୍ତ୍ରୀକୁ ମାଡ଼ମାରି ସ୍ୱାମୀ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ସ୍ତ୍ରୀକୁ ମାଡ଼ମାରିବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରିଛି । ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁର ବିଧୁଭୂଷଣ ସାହୁ(୩୯) ସପରିବାର ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆରେ ଭଡ଼ାରେ ରହୁଥିଲେ । ମାସେ ହେବ ସେନାରେ କାମ କରୁଥିବା ବିଧୁଭୂଷଣ ଛୁଟିରେ ଆସିଥିଲେ । କୌଣସି କାରଣରୁ ଘରୋଇ ଗଣ୍ଡଗୋଳରୁ ମଙ୍ଗଳବାର ବିଧୁଭୂଷଣ ସ୍ତ୍ରୀ ସିଲା ସାହୁ(୨୮)ଙ୍କୁ ନିସ୍ତୁକ ମାଡ଼ମାରି ନିଜ ଗାଁକୁ ନେଉଥିଲେ । ରାସ୍ତାର ସରଧାପୁରଠାରେ ବାଇକ୍‌ରେ ତେଲ ପକାଉଥିବାବେଳେ ପୁଣି ସିଲାଙ୍କୁ ମାଡ଼ ମାରିଥିଲେ । ସ୍ଥାନୀୟ ଲୋକେ ସିଲାଙ୍କୁ ଉଦ୍ଧାର କରିଥିଲେ । ତେବେ ସେଠାରୁ ବିଧୁଭୂଷଣ ପଳାଇଯାଇଥିଲେ । ଏ ନେଇ ସିଲା ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଗୁରୁବାର ବିଧୁଭୂଷଣଙ୍କୁ କୋର୍ଟଚାଲାଣ କରିଛି । ଅନ୍ୟପକ୍ଷରେ ଗୁରୁତର ସିଲା ଏବେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking