32.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟଗେଣ୍ଡୁ ଫୁଲରୁ ପ୍ରସ୍ତୁତ ଚା' ଆଣ୍ଟି ଅକ୍ସିଡେଣ୍ଟରେ ରହିଥାଏ ଭରପୁର

ଗେଣ୍ଡୁ ଫୁଲରୁ ପ୍ରସ୍ତୁତ ଚା’ ଆଣ୍ଟି ଅକ୍ସିଡେଣ୍ଟରେ ରହିଥାଏ ଭରପୁର

ଭୁବନେଶ୍ୱର : ଗେଣ୍ଡୁ ଫୁଲ କୁ ଏ ପର୍ଯ୍ୟନ୍ତ ଆପଣମାନେ କେବଳ ଫୁଲ କୁଣ୍ଡ ଓ ବଗିଚାରେ ଦେଖି ଆସିଥିବେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏଥିରୁ ଚା ମଧ୍ୟ ତିଆରି କରାଯାଇପାରିବ? ହଁ, ଏହାର ପାଖୁଡାଗୁଡିକ ଫେସ୍ ପ୍ୟାକ୍ ଏବଂ ହେୟାର ମାସ୍କ ଇତ୍ୟାଦି ପାଇଁ ବ୍ୟବହୃତ ହୁଏ, କିନ୍ତୁ ଆପଣ ଏଥିରୁ ପ୍ରସ୍ତୁତ ଚା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଚିକିତ୍ସା କରିପାରିବେ । ଏହାର ଫୁଲରୁ ପ୍ରସ୍ତୁତ ଏହି ଚା କୁ ଖାଇବାର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି । ଏଥିରେ ଚର୍ମ ଆରୋଗ୍ୟ, ଆଣ୍ଟି ଇନଫ୍ଲାମେସନ୍, ଆଣ୍ଟି ସେପ୍ଟିକ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି ଯାହା ଏହାକୁ ଲାଭଦାୟକ କରିଥାଏ । ତେବେ ଆସନ୍ତୁ ଜାଣିବା ମାରିଗୋଲ୍ଡ ଫୁଲରୁ ପ୍ରସ୍ତୁତ ଚା’ର ଲାଭ କ’ଣ ?

ଗେଣ୍ଡୁଫୁଲ ଚା’ କୁ ପ୍ରତିଦିନ ସେବନ କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ସ୍କିନରେ ଥିବା ଦାଗ, ପିମ୍ପଲ ଆଦିରୁ ମୁକ୍ତି ମିଳିଥାଏ । ଏହାସହ ସ୍କିନକୁ ସୁସ୍ଥ ମଧ୍ୟ ରଖିଥାଏ ।

ମାନସିକ ଅବସାଦକୁ ଦୂର କରେ ଏହି ଚା । ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଷ୍ଟ୍ରେସକୁ ଦୂର କରେ । ଏହାସହ ଶରୀରରୁ ମୋଟାପା , ଜ୍ୱଳନ ଆଦି ସମସ୍ୟାକୁ ଦୂର କରେ । ଟ୍ୟୁମର ଭଳି ଘାତକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଉଥିଲେ ଏହି ଚା’ ଅନେକ ଆରାମ ପ୍ରଦାନ କରେ । ଏହାକୁ କାଢ଼ା ରୂପେ ମଧ୍ୟ ପିଇପାରିବେ । ଏଥିରୁ କୁଳି ମଧ୍ୟ କରିପାରିବେ । ଏହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ ।

ତେବେ ଏହାକୁ ତିଆରି କରିବା ପାଇଁ ପ୍ରଥମେ ୪ରୁ ୫ଟି ଗେଣ୍ଡୁ ଫୁଲ ନିଅନ୍ତୁ । ଏହାର ପାଖୁଡାକୁ ବାହାର କରି ଗରମ ପାଣିରେ ପକାନ୍ତୁ । ୫ ମିନିଟ ଫୁଟିଲା ପରେ ଏହାକୁ ଛାଣି ଦିଅନ୍ତୁ । ପରେ ଏଥିରେ ମହୁ ମିଶାନ୍ତୁ । ପରେ ଉଷୁମ କରି ଏହି ଚା’ କୁ ପିଅନ୍ତୁ । ଏହି ଚା’ ରେ ଫୁଲର ରଙ୍ଗ ମଧ୍ୟ ଦେଖିବାକୁ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking