29.1 C
Bhubaneswar
Sunday, May 5, 2024
Homeସ୍ୱାସ୍ଥ୍ୟନିମ୍ନ ରକ୍ତଚାପ ଥିଲେ ପଢନ୍ତୁ ଏହାର କାରଣ ଓ ଲକ୍ଷଣ

ନିମ୍ନ ରକ୍ତଚାପ ଥିଲେ ପଢନ୍ତୁ ଏହାର କାରଣ ଓ ଲକ୍ଷଣ

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପକୁ ବି ହାଲକା ଭାବରେ ନେବା ଉଚିତ ନୁହେଁ । ଏହି କାରଣ ପାଇଁ ଅର୍ଗାନ ଫେଲ୍ୟୁଅରଠୁ ଆରମ୍ଭ କରି ହୃଦରୋଗ ପର୍ଯ୍ୟନ୍ତ ସମସ୍ୟା ହୋଇଥାଏ । ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ଲକ୍ଷଣ ମଧ୍ୟ ସାମାନ୍ୟ । ଯାହାକୁ ସମସ୍ତେ ଜାଣିପାରନ୍ତି ନାହିଁ । ପରେ ଏହା ବିପଦପୂର୍ଣ୍ଣ ହୋଇଥାଏ । ହେଲଥଲାଇନ ଅନୁସାରେ, ଜଣେ ସାଧାରଣ ମଣିଷର ରକ୍ତଚାପ ୧୨୦/୮୦ ହେବା ଦରକାର । ହେଲେ ଯେତେବେଳେ ଜଣେ ମଣିଷର ରକ୍ତଚାପ ୯୦/୬୦ରୁ ତଳକୁ ଚାଲିଆସେ, ତେବେ ଏହାକୁ ଲୋ ବ୍ଲଡ ପ୍ରେସର କୁହାଯାଏ ।
ଅତ୍ୟଧିକ ଚିନ୍ତା, ଡିହାଇଡ୍ରେସନ, ମେଡିକେସନ, ସର୍ଜରୀ କିମ୍ବା ଗଭୀର ଆଘାତ, ଜେନେଟିକ, ଖରାପ ଲାଇଫ ଷ୍ଟାଇଲ, ଅଧିକ ସମୟ ଯାଏ ଭୋକିଲା ରହିବା କାରଣ ପାଇଁ ଲୋ ବ୍ଲଡ ପ୍ରେସର ହୋଇଥାଏ ।
ଅଧିକମାତ୍ରାରେ ତରଳ ପଦାର୍ଥ ଖାଆନ୍ତୁ ।
ଭିଟାମିନ ବି ୧୨ ଥିବା ଖାଦ୍ୟ ଯେମିତିକି ଅଣ୍ଡା, ମାଂସ ଆଦି ଖାଆନ୍ତୁ ।
ଡାଲି, ବିନ୍ସ, ଖଟା ଫଳ ଖାଆନ୍ତୁ ।
ଲୁଣ ବଲ୍ଡ ପ୍ରେସର ବଢାଇଥାଏ । ସୁପ, ଆଚାର, ଚୀଜ ଆଦି ଖାଆନ୍ତୁ ।
କ୍ୟାଫିନ ସେବନ କରନ୍ତୁ । ଏହା ହାର୍ଟ ସ୍ତର ବୁଷ୍ଟ କରିଥାଏ । ରକ୍ତ ଚାପକୁ ନର୍ମାଲ କରିଥାଏ ।
ଏମିତି ହେଲେ ଡାକ୍ତରଙ୍କ ସହ ସଂପର୍କ କରନ୍ତୁ । ନିଜ ଲକ୍ଷଣ ସବୁକୁ ଡାକ୍ତରଙ୍କୁ କୁହନ୍ତୁ । ତାଙ୍କ ପରାମର୍ଶରେ ଡାଇଟ ପ୍ଲାନ ବନାନ୍ତୁ ।
ଅଧିକ ସମୟ ପର୍ଯ୍ୟନ୍ତ ଶୁଅନ୍ତୁନି ।
ଖରାରେ ଯାଉଥିଲେ ପାଣି ବୋତଲ ପାଖରେ ରଖନ୍ତୁ ।
ଗରମ ପାଣିରେ ଗାଧାନ୍ତୁନି । ଗୋଟିଏ ପୋଜିସନରେ ଅଧିକ ସମୟ ରୁହନ୍ତୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking