38.1 C
Bhubaneswar
Friday, April 26, 2024
Homeବିଜିନେସ୍୪ ସପ୍ତାହ ମଧ୍ୟରେ ଏଚ୍‌ଡିଏଫ୍‌ସି-ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମ୍ମିଶ୍ରଣ

୪ ସପ୍ତାହ ମଧ୍ୟରେ ଏଚ୍‌ଡିଏଫ୍‌ସି-ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମ୍ମିଶ୍ରଣ

ମୁମ୍ବାଇ: ଏଚ୍‌ଡିଏଫସି ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧ୍ୟରେ ହେବାକୁ ଥିବା ସମ୍ମିଶ୍ରଣ ପ୍ରକ୍ରିୟା ଆସନ୍ତା ଚାରି ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ଜଣାପଡିଛି । ସମ୍ମିଶ୍ରଣ ପରେ ଏଚ୍‌ଡିଏଫ୍‌ସିର ନେଟ୍ ଇଣ୍ଟ୍ରେଷ୍ଟ ମାର୍ଜିନ (ଏନ୍‌ଆଇଏମ) ହ୍ରାସ ପାଇବ ବୋଲି ଷ୍ଟକ ଏକ୍ସଚେଞ୍ଜ ଦଲାଲମାନେ ଆଶଙ୍କା କରୁଛନ୍ତି । ବର୍ତ୍ତମାନ ଏନ୍‌ଆଇଏମ୍ ୪.୧ ପ୍ରତିଶତ ଥିବାବେଳେ ଆଗାମୀ ଦିନରେ ଏହା ୩.୭ କିମ୍ବା ୩.୮ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ନୋମୁରା ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ।

ଦୁଇଟି ସଂସ୍ଥା ମଧ୍ୟରେ ସମ୍ମିଶ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଗତମାସରେ ସବୁଜ ସଙ୍କେତ ପ୍ରଦାନ କରିସାରିଛନ୍ତି । ତେବେ ସମ୍ମିଶ୍ରଣ ପରେ ଜମାରାଶି ପରିମାଣକୁ ତ୍ୱରାନ୍ୱିତ କରିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପାଇଁ କଷ୍ଟକର ହୋଇପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଏଚଡିଏଫ୍‌ସିର ଆଉ ୭୫୦୦ ଶାଖଶ ଖୋଲିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ଅଧିକାଂଶ ଶାଖା ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଖୋଲାଯିିବ । ଏହାଦ୍ୱାରା ବ୍ୟାଙ୍କ୍‌ର ଜମାରାଶି ବାର୍ଷିକ ୧୯.୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking