39.1 C
Bhubaneswar
Friday, April 26, 2024
Homeବିଜିନେସ୍ଆମାଜନ ପ୍ରାଇମ୍‌ର ନୂଆ କ୍ୟାମ୍ପେନ୍ ‘ସଚ୍ ମେଁ ଠୁ ମଚ୍‌’

ଆମାଜନ ପ୍ରାଇମ୍‌ର ନୂଆ କ୍ୟାମ୍ପେନ୍ ‘ସଚ୍ ମେଁ ଠୁ ମଚ୍‌’

ଭୁବନେଶ୍ୱର: ସପିଙ୍ଗ୍‌ଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଅତୁଳନୀୟ ଲାଭ ପାଇବାକୁ ସକ୍ଷମ କରୁଥିବା ଆମାଜନ ପ୍ରାଇମ୍ ହେଉଛି ଏକ ମୂଲ୍ୟବାନ ମେମ୍ବରସିପ୍ ଯାହା ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଅଧିକ ଆନନ୍ଦ ସୁନିଶ୍ଚିତ କରିଥାଏ । ଆମାଜନ ପ୍ରାଇମ୍‌ର ଗୋଟିଏ ମେମ୍ବରସିପ୍‌ରେ ଏକାଧିକ ଲାଭ ମିଳିଥାଏ । ଆମାଜନ ପ୍ରାଇମ୍ ଏହାର ସଦସ୍ୟମାନଙ୍କୁ ୪୦ ଲକ୍ଷରୁ ଅଧିକ ପ୍ରଡକ୍ଟ ଉପରେ ଗୋଟିଏ ଦିନର ମାଗଣା ଡେଲିଭରି ଏବଂ ସେମାନଙ୍କର ପସନ୍ଦର ପ୍ରଡକ୍ଟ ଉପରେ ‘ପ୍ରାଇମ୍ ଅଫର୍ସ ଏଭ୍ରିଡେ’ ସହ ସପିଙ୍ଗ କରିବା ପାଇଁ ସକ୍ଷମ କରିଥାଏ । ଆମାଜନ ପ୍ରାଇମ୍ ମେମ୍ବରସିପ୍ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଆମାଜନ ପକ୍ଷରୁ ‘ସଚ୍ ମେଁ ଠୁ ମଚ୍‌’ ନାମକ ଏକ ନୂଆ କ୍ୟାମ୍ପେନ୍‌ର ଶୁଭାରମ୍ଭ କରାଯାଇଛି ଯାହା ଦୁଇଟି ଫିଲ୍ମ ସେଟ୍ ସହିତ ଆସୁଛି । ଏହି କ୍ୟାମ୍ପେନ୍ ଗ୍ରାହକଙ୍କୁ ନିଜ ପ୍ରାଇମ୍ ମେମ୍ବରସିପ୍‌ରୁ ସର୍ବାଧିକ ମୂଲ୍ୟ ହାସଲ କରିବା ପାଇଁ ପ୍ରୋତ୍ସାହିତ କରୁଛି ।

କ୍ୟାମ୍ପେନ୍‌ର ପ୍ରଥମ ସେଟ୍‌ରେ ଆମାଜନ ପ୍ରାଇମ୍ ମେମ୍ବରସିପ୍‌ରେ କ’ଣ ସ୍ୱତନ୍ତ୍ର ରହିଛି ତାହାର ବାର୍ତ୍ତାକୁ ଉଲ୍ଲେଖ କରୁଥିବା ଜଣେ ଦମ୍ପତିଙ୍କ ମୁହୂର୍ତ୍ତକୁ କ୍ୟାପ୍‌ଚର କରାଯାଇଛି । ସେହିପରି କ୍ୟାମ୍ପେନ୍‌ର ଅନ୍ୟ ଏକ ସେଟ୍ ଜଣେ ପ୍ରାଇମ୍ ମେମ୍ବରଙ୍କ ଜୀବନ ଉପରେ ଆଧାରିତ ରହିଛି ଯାହାଙ୍କର ସବୁକିଛିରୁ ଆଶା ବଢିବାରେ ଲାଗିଛି । ଏହି କ୍ୟାମ୍ପେନରେ ପ୍ରାଇମ୍ ମାସ୍କଟ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ୍‌ର ଶୁଭାରମ୍ଭ ଅବସରରେ ଆମାଜନ ଇଣ୍ଡିଆର କଞ୍ଜ୍ୟୁମର ମାର୍କେଟିଂ ବିଭାଗର ନିର୍ଦ୍ଦେଶକ ପ୍ରଜ୍ଞା ଶର୍ମା କହିଛନ୍ତି, ‘ଆମେ ଆମର ଗ୍ରାହକଙ୍କୁ ପ୍ରାଥମିକତା ଦେଇଥାଉ ଓ ସେମାନଙ୍କ ପାଇଁ ଉଦ୍ଭାବନ କରିଥାଉ, ଆମର ବର୍ତ୍ତମାନର କ୍ୟାମ୍ପେନ୍ ସଚ୍ ମେଁ ଠୁ ମଚ୍‌’ ଉକ୍ତ ବାର୍ତ୍ତାକୁ ଦୋହରାଉଛି । ଆମେ ଗୋଟିଏ ମେମ୍ବରସିପ୍‌ରେ ଗ୍ରାହକଙ୍କ ପାଇଁ ଅନେକ ପ୍ରାସଙ୍ଗିକ ଲାଭ ଆଣିଥାଉ । ଏହି କ୍ୟାମ୍ପେନ୍ ମାଧ୍ୟମରେ ଆମେ ପ୍ରାଇମ୍‌ର ଏକାଧିକ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗ୍ରାହକଙ୍କୁ ସେଗୁଡିକୁ ବ୍ୟବହାର କରିବା ଲାଗି ପ୍ରୋତ୍ସାହିତ କରିବା ପାଇଁ ଚାହୁଁଛୁ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking