26.1 C
Bhubaneswar
Friday, March 29, 2024
Homeଖେଳଜୁନିଅର୍ ପୁରୁଷ ଏସିଆ କପ୍‌; ଜାପାନକୁ ୩-୧ରେ ହରାଇଲା ଭାରତ

ଜୁନିଅର୍ ପୁରୁଷ ଏସିଆ କପ୍‌; ଜାପାନକୁ ୩-୧ରେ ହରାଇଲା ଭାରତ

ସାଲାଲାହ : ଏଠାରେ ଚାଲିଥିବା ଜୁନିଅର୍ ପୁରୁଷ ଏସିଆ କପ୍ ହକିରେ ଭାରତ ଗୁରୁବାର ଜାପାନକୁ ୩-୧ରେ ପରାସ୍ତ କରିଛି । ଗ୍ରୁପ୍‌-ଏ’ରେ ସାମିଲ୍ ଥିବା ଭାରତ ବୁଧବାର ତା’ର ପ୍ରଥମ ମ୍ୟାଚ୍‌ରେ ଚାଇନିଜ୍ ତାଇପେଇକୁ ବୃହତ୍ ୧୮-୦ରେ ହରାଇଥିଲା । ଗୁରୁବାର ମ୍ୟାଚ୍‌ରେ ପ୍ରଥମ କ୍ୱାର୍ଟର୍‌ଟି ଗୋଲ୍‌ଶୂନ୍ୟ ଭାବେ ଶେଷ ହେବା ପରେ ଦ୍ୱିତୀୟ କ୍ୱାର୍ଟର୍‌ରେ ଊନବିଂଶତମ ମିନିଟ୍‌ରେ କୁମ୍ପେଇ ୟାସୁଦା ଜାପାନକୁ ଆଗୁଆ କରାଇଥିଲେ । ଦଳ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଏହି ଅଗ୍ରଣୀକୁ କାଏମ ମଧ୍ୟ ରଖିଥିଲା ।

କିନ୍ତୁ ଦ୍ୱିତୀୟାର୍ଦ୍ଧ ଖେଳରେ ମ୍ୟାଚ୍‌ର ୩୬ତମ ମିନିଟ୍‌ରେ ଅରଇଜିତ୍ ସିଂହ ହୁଣ୍ଡାଲ୍ ଭାରତ ପାଇଁ ପ୍ରଥମ ଗୋଲ୍ ସ୍କୋର୍ କରିବା ସହ ସ୍ଥିତିକୁ ବରାବର କରିଥିଲେ । ଏହାର ମାତ୍ର ୩ ମିନିଟ୍ ପରେ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଭାରତକୁ ଆଗୁଆ କରାଇଥିଲେ ଶାରଦା ନନ୍ଦ ତିୱାରୀ । ତୃତୀୟ କ୍ୱାର୍ଟର୍ ଶେଷ ସୁଦ୍ଧା ଭାରତ ଆଗୁଆ ରହିଥିବା ବେଳେ ଅନ୍ତିମ କ୍ୱାର୍ଟର୍‌ରେ ମ୍ୟାଚ୍‌ର ୫୬ତମ ମିନିଟ୍‌ରେ ଅଧିନାୟକ ଉତ୍ତମ ସିଂହ ଦଳ ପକ୍ଷରୁ ତୃତୀୟ ଗୋଲ୍ ଦେଇଥିଲେ । ଏହାପରେ ଜାପାନ କୌଣସି ଗୋଲ୍ ସ୍କୋର୍ କରି ନ ପାରିବାରୁ ଭାରତ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିଲା । ହୁଣ୍ଡାଲ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିବା ବେଳେ ପ୍ରତିଯୋଗିତାରେ ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ଆସନ୍ତା ୨୭ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking