39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତରେ ଥିବା ଏମିତି ଏକ ରେଳ ଷ୍ଟେସନ, ଭୂତ ଭୟରେ ଅନେକ ବର୍ଷ ଯାଏ ଥିଲା...

ଭାରତରେ ଥିବା ଏମିତି ଏକ ରେଳ ଷ୍ଟେସନ, ଭୂତ ଭୟରେ ଅନେକ ବର୍ଷ ଯାଏ ଥିଲା ବନ୍ଦ

ନୂଆଦିଲ୍ଲୀ: ବେଗୁନକୋଡର ରେଲୱେ ଷ୍ଟେସନ ୧୯୬୦ ରେ ଖୋଲିଥିଲା । ଏହା ଖୋଲିବାରେ ସଂଥାଲ ରାଣୀ ଶ୍ରୀମତି ଲାଚନ କୁମାରୀଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଏହା ଆରମ୍ଭ ହେବାର କିଛି ବର୍ଷ  ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିଲା । ହେଲେ ପରେ ସେଠାରେ ଚକିତକର ଘଟମାମାନ ଘଟିବାକୁ ଲାଗିଲା । ୧୯୬୭ରେ ବେଗୁନକୋଡୋରର ଜଣେ ରେଳ କର୍ମଚାରୀ  ଷ୍ଟେସନ ଉପରେ ଜଣେ ମହିଳାଙ୍କ ଭୂତ ଦେଖିଥିବା ଦାବି କରିଥିଲେ । ଏହାସହିତ ପ୍ରଚାର ହେବାକୁ ଲାଗିଲା ଯେ, ସେହି ମହିଳାଙ୍କ ମୃତ୍ୟୁ ସେହି ଷ୍ଟେସନରେ ଟ୍ରେନ ଦୁର୍ଘଟଣା ପାଇଁ ହୋଇଥିଲା । ପରଦିନ ରେଳ କର୍ମଚାରୀ ଜଣଙ୍କ ଏ ବିଷୟରେ କହିଥିଲେ । ମାତ୍ର ଏହି କଥାକୁ ଅଣଦେଖା କରାଯାଇଥିଲା । ପ୍ରକୃତ ଚିନ୍ତା ସେତେବେଳେ ଆସିଲା , ଯେଉଁ ସମୟରେ ବେଗୁନକୋଡୋର  ଷ୍ଟେସନ ମାଷ୍ଟର ଓ ତାଙ୍କ ପରିବାର ରେଲୱେ କ୍ୱାର୍ଟରରେ ମୃତ ଅବସ୍ଥାରେ ମିଳିଥିଲେ । ସେଠାରେ ରହୁଥିବା ଲୋକେ କହିଥିଲେ ଯେ, ଏହି ମୃତ୍ୟୁ ପଛରେ ସେହି ଭୂତର ହାତ ହିଁ ଅଛି । ତାଙ୍କ କହିବା କଥା ହେଲା, ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଏ, ତା ପରେ ଯଦି କୌଣସି ଟ୍ରେନ ସେପଟେ ଯାଏ, ତେବେ ସେହି ଭୂତ  ଟ୍ରେନ ସହ ଦୌଡିବାକୁ ଲାଗେ । ଆଉ କେବେ କେବେ ଦୌଡି ଟ୍ରେନ ଆଗକୁ ବି ପଳାଏ । ଏହାବ୍ୟତୀତ ଅନେକ ଥର ଟ୍ରେନ ଆଗରେ ନାଚୁଥିବା ବି ଦାବି କରାଯାଇଛି । ଏହାପରେ ସେହି ଷ୍ଟେସନକୁ ଭୂତ ଷ୍ଟେସନ ସମସ୍ତେ କହିବାକୁ ଲାଗିଲେ । ରେଲୱେ ରେକର୍ଡରେ ବି ଏହା ରହିଲା । ଲୋକଙ୍କ ମଧ୍ୟରେ ଏହି ଭୂତ ଭୟ ଏତେ ମାତ୍ରାରେ ରହିଲା ଯେ, କେହି ସେଠାକୁ ଯିବାକୁ ଚାହିଁଲେନି । ଧିରେ ଧିରେ ଲୋକଙ୍କ ଯିବା ଆସିବା ବନ୍ଦ ହୋଇଗଲା । ଯଦି ସେହି ଷ୍ଟେସନରେ କୌଣସି କର୍ମଚାରୀଙ୍କ ପୋଷ୍ଟିଂ ହୁଏ, ସେମାନେ ତୁରନ୍ତ ମନା ହିଁ କରିଦିଅନ୍ତି । ବେଗୁନକୋଡର  ଷ୍ଟେସନରେ ଟ୍ରେନ ରହିବା ବି ବନ୍ଦ ହୋଇଗଲା । କାରଣ ଭୟରେ ଯାତ୍ରୀମାନେ ନା ସେଠାରେ ଓହ୍ଲାଇବାକୁ ଚାହିଁଲେ ନା କେହି ସେହି  ଷ୍ଟେସନରୁ ଚଢିବାକୁ ଚାହିଁଲେ ।   ପରେ ତାହା ସଂପୂର୍ଣ୍ଣ ଭାବରେ ଶୂନଶାନ ହୋଇଗଲା । ୨୦୦୯ ମସିହାରେ ଗାଁ ଲୋକେ କହିବା ପରେ ତତ୍କାଳୀନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଏହି ଷ୍ଟେସନ ଖୋଲିଥିଲେ । ସେବେଠୁ ଆରମ୍ଭ କରି ଏ ଯାଏଁ ଆଉ କେଉଁ ଭୂତ ଦେକାଯିବା ଖବର ଆସିନାହିଁ । ହେଲେ ଏବେ ବି ସୂର୍ଯ୍ୟାସ୍ତ ପରେ ଲୋକେ ସେଠାରେ ରୁହନ୍ତି ନାହିଁ । ବର୍ତମାନ ସେଠାରେ ୧୦ଟି ଟ୍ରେନ ରହୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking