29.1 C
Bhubaneswar
Tuesday, May 7, 2024
Homeଓଡିଶାପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪ ହଜାର ଟଙ୍କାକୁ ବୃଦ୍ଧି

ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪ ହଜାର ଟଙ୍କାକୁ ବୃଦ୍ଧି

ପୁରୀ: ପୁରୀ ସ୍ୱର୍ଗଦ୍ୱାର କୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର ଯୋଜନା ରାଶି କୁ ତିନି ହଜାର ରୁ ଚାରି ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି । ଯାହା ସୋମବାର ମଧ୍ୟ ରାତ୍ର ରୁ ଲାଗୁ ହୋଇଛି ।ଏହା ସହିତ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ରୁ ସେବା ନେଇ ଥିବା ବ୍ୟକ୍ତି ମାନଙ୍କ ରେଜିଷ୍ଟ୍ରେଡ ମୋବାଇଲ ନମ୍ବର କୁ ଏସ ଏମ ଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଯାହା ଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି ତେବେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ପୁଣି ସହଜରେ ଡୁପ୍ଲିକେଟ ରସିଦ ପାଇ ପାରିବେ।

ସେହିପରି ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉଥିବା ବ୍ୟକ୍ତି ବିଶେଷ ଦାହ କାର୍ଯ୍ୟ ପାଇଁ ଦେଢ଼ କୁଇଁଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହା କୁ ବୃଦ୍ଧି କରି କୁଇଣ୍ଟାଲ ଅଶି କେଜି କରାଯାଇଛି । ସେହି ପରି ପଥ ଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶି ରେ ଅନ୍ତର୍ଭୁକ୍ତ କରାଯାଇଛି । ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ଗ୍ରାମ ରୁ ୩୦୦ଗ୍ରାମ କରାଯାଇଛି । ଶବ ସଂସ୍କର କରିବାକୁ ଆସୁଥିବା ବ୍ୟକ୍ତି ବିଶେଷ କାଠ ବୋହି କି ନେବା ପାଇଁ ପୂର୍ବରୁ କେବଳ ଟ୍ରଳି ବ୍ୟବସ୍ଥା ଥିଲା, ଏହି ବ୍ୟବସ୍ଥାରେ ସୁଧାର ଆଣି କାଠ ବୋହିବା ପାଇଁ ୭ଜଣ ପରିବହନ ସେବକ ମୁତୟନ କରାଯାଇଛି । ଯାହା ଫଳରେ ମୃତ ବ୍ୟକ୍ତି ଦାହ ସଂସ୍କାର ସ୍ଥାନକୁ ଏହି ସେବକ ମାନେ ଟ୍ରଲି ସାହାଯ୍ୟରେ କାଠ ବୋହି କି ନେଇ ପାରିବେ ।

ସେହିପରି ଦାହ ସଂସ୍କାର କରୁଥିବା ସେବକ ମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କୁ ବିବାହ ଓ ମୃତ୍ୟୁ କାଳିନ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟାକ୍ଷ ତତ୍ୱାବଧାନରେ ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ବ୍ୟବସ୍ଥା ଲାଗୁ କରାଯାଉଛି ।ଖୁବ୍ ଶୀଘ୍ର ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ଆପ୍ ଓ ୱେବ୍ ସାଇଡ ଲଂଚ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି ବୋଲି ସେବା ସମିତି କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ରାୟ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗଦ୍ୱାର ପରିଚାଳନା କୁ ସୁବ୍ୟବସ୍ଥିତ କରିବା ପାଇଁ ପୁରୀ ମ୍ୟୁନିପାଲିଟି ଠାରୁ ସ୍ୱର୍ଗଦ୍ୱାର ସେବାସମିତି କାର୍ଯ୍ୟଭାର ହାତ କୁ ନେଇ ଏହାର ପରିଚାଳନା ଓ ବିକାଶ ପାଇଁ କାର୍ଯ୍ୟକରି ଉଚ୍ଚପ୍ରସଂଶିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking