25.8 C
Bhubaneswar
Saturday, July 27, 2024
Homeଅପରାଧସ୍କୁଲରେ ହତ୍ୟାକାଣ୍ଡ; ସହପାଠୀଙ୍କୁ ଛୁରୀ ଭୁସିଦେଲା ଆଉ ଜଣେ ଛାତ୍ର

ସ୍କୁଲରେ ହତ୍ୟାକାଣ୍ଡ; ସହପାଠୀଙ୍କୁ ଛୁରୀ ଭୁସିଦେଲା ଆଉ ଜଣେ ଛାତ୍ର

ଲକ୍ଷ୍ନୌ: ସ୍କୁଲରେ ଜଣେ ଛାତ୍ର ନିଜର ଜଣେ ସହପାଠୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶ କାନପୁର ଜିଲ୍ଲାର ବିଧାନୁ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଅଭିଯୁକ୍ତ ଛାତ୍ରକୁ ପୋଲିସ ଗିରଫ ମଧ୍ୟ କରିଛି । କୌଣସି ପୂର୍ବ ଶତ୍ରୁତାରୁ ଗୋଟିଏ ଶ୍ରେଣୀରେ ପାଠ ପଢୁଥିବା ଉଭୟ ଛାତ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଏହି କାରଣରୁ ଆଜି ସ୍କୁଲ ପରିସରରେ ଜଣେ ଛାତ୍ର ମାରଣାସ୍ତ୍ରରେ ଅନ୍ୟଜଣଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଲିସର ସୂଚନାନୁସାରେ, ବିଧାନୁ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ପ୍ରୟାଗ ବିଦ୍ୟାମନ୍ଦିର ଇଣ୍ଟର-କଲେଜର ଦଶମ ଶ୍ରେଣୀରେ ପାଠ ପଢୁଥିବା ଏହି ଦୁଇ ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଗତକାଲି କଲେଜ ପରିସରରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ଦେଖାଦେଇଥିଲା । ଏହାରି ମଧ୍ୟରେ ଜଣେ ଛାତ୍ର ଅନ୍ୟଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଆକ୍ରମଣରେ ପରେ ଅଭିଯୁକ୍ତ ଛାତ୍ର କଲେଜ କ୍ୟାମ୍ପସରୁ ଫେରାର ହେବା ପାଇଁ ଉଦ୍ୟମ କରିଥିଲା । କଲେଜ କର୍ତ୍ତୃପକ୍ଷ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ଓ ଥାନାକୁ ସୂଚନା ଦେଇଥିଲେ ।

ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଗୁରୁତର ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ ଟିମ ହସ୍ପିଟାଲ ଓ ହତ୍ୟାକାଣ୍ଡ ଘଟିଥିବା ସ୍କୁଲରେ ପହଞ୍ଚିଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ସ୍କୁଲର ଅନ୍ୟ ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଜେରା କରିଛି । ଛାତ୍ରଙ୍କ ମଧ୍ୟରେ ଝଗଡାରୁ କଲେଜ ପରିସରରେ ଏପରି ଏକ ନିର୍ମମ ହତ୍ୟାକାଣ୍ଡ ପରେ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି । ଜଣେ ଛାତ୍ର ମାରଣାସ୍ତ୍ର ଧରି କଲେଜରେ ପରିସରରେ ପ୍ରବେଶ କରିବା ଓ ନିଜ ସହପାଠୀକୁ ହତ୍ୟା କରିବା ଘଟଣା କଲେଜ କର୍ତ୍ତୃପକ୍ଷଙ୍କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking