31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହରିୟାଣା ହିଂସା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ନୁହରେ ଜାରି ହେଲା କର୍ଫ୍ୟୁ

ହରିୟାଣା ହିଂସା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ନୁହରେ ଜାରି ହେଲା କର୍ଫ୍ୟୁ

ଚଣ୍ଡିଗଡ: ହରିୟାଣାର ନୁହରେ ଧାର୍ମିକ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାରେ ୨ ହୋମଗାର୍ଡଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ହିଂସା ପ୍ରଭାବିତ ନୁହ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଦୁଇ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ନୁହରେ ଘଟିଥିବା ହିଂସା ଅନ୍ୟ ଅଞ୍ଚଳକୁ ବ୍ୟାପିବାରୁ ରୋକିବା ପାଇଁ ରାଜ୍ୟର ୫ରୁ ଅଧିକ ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଛି । ଇତିମଧ୍ୟରେ ଗୁରୁଗ୍ରାମରେ ଏକ ମସଜିଦ ଉପରେ ଆକ୍ରମଣ ହୋଇଥିବାର ଖବର ଆସିଛି । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ନୁହରେ ହିନ୍ଦୁ ଗୋଷ୍ଠୀଙ୍କ ଧାର୍ମିକ ଶୋଭାଯାତ୍ରା ବେଳେ ପଥରମାଡ଼ ହୋଇଥିଲା ।

ଏହିଠାରୁ ହିଁ ହିଂସାର ସୂତ୍ରପାତ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ଗୁଳିମାଡ଼ରେ ୨ ଜଣ ହୋମଗାର୍ଡ ପ୍ରାଣ ହରାଇଥିଲେ ଏବଂ ପୋଲିସ ସମେତ ଏକାଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଏହି ହିଂସା ଏବେ ନୁହରୁ ଗୁରୁଗ୍ରାମକୁ ବ୍ୟାପିଛି । ଏଠାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଗୁରୁଗ୍ରାମର ସେକ୍ଟର ୫୭ ସ୍ଥିତ ଏକ ମସଜିଦରେ ନିଆଁ ଲଗାଇ ଦେଇଛନ୍ତି କିଛି ଦଙ୍ଗାକାରୀ । ଆଜି ଭୋର ସକାଳେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଉଗ୍ର ଭିଡ଼ ଆସି ସେକ୍ଟର ୫୭ ମସଜିଦରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ଘଟିଥିଲା । ନୁହ ଡେପୁଟି କମିଶନର ପ୍ରଶାନ୍ତ ପନୱର କହିଛନ୍ତି, ”ଅଗଷ୍ଟ ୨ ତାରିଖ ଯାଏଁ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ୫ରୁ ଅଧିକ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି ।

ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ଅପିଲ କରୁଛୁ । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ଅଛି । ହିଂସା ପ୍ରଭାବିତ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଛି । ନୁହ ଏସପି ନରେନ୍ଦର ବିଜାରନିୟା ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି । ସେ କହିଛନ୍ତି ଯେ, ନୁହରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ହିଂସା ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାରେ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି । ଏକ ଧାର୍ମିକ ଶୋଭାଯାତ୍ରା ସମେୟରେ ସଂଘର୍ଷ ଘଟିଥିଲା ଏବଂ ଏହା ପଛର କାରଣ ଅନୁଧ୍ୟାନ କରାଯାଉଛି । ଘଟଣାରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି । ସେହିପରି ନୁହରୁ ଆଖପାଖ ଅଞ୍ଚଳକୁ ହିଂସା ବ୍ୟାପିବାରୁ ରୋକିବାକୁ ପଦକ୍ଷେପ ନିଆଯାଉଛି । ତେବେ ହିଂସାକୁ ଦୃଷ୍ଟିରେ ରଖି ସମସ୍ତ ବୋର୍ଡ ପରୀକ୍ଷାଗୁଡିକୁ ବାତିଲ କରାଯାଇଛି । ସେପଟେ ନୁହ ହିଂସାକାଣ୍ଡ ପରେ ରାଜଧାନୀ ଦିଲ୍ଲୀ ମଧ୍ୟ ହାଇ ଆଲର୍ଟରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking