29.1 C
Bhubaneswar
Monday, May 6, 2024
Homeଓଡିଶାଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

ମୟୂରଭଞ୍ଜ : ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର । ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତିକୁ ନେଇ ଏହାଏକ ଆତ୍ମହତ୍ୟା ଜନିତ ଘଟଣା ନୁହଁ ବୋଲି ସନ୍ଦେହ ପ୍ରକାଶ ପାଉଛି । ତେବେ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ଟାଉନ ଥାନା ଠାରୁ ଅଳ୍ପଦୂରରେ ଥିବା କୁଚେଈବୁଢି ପୂର୍ଣ୍ଣେଶ୍ବର ମନ୍ଦିର ନିକଟ ଗ୍ରାମ ଦେବତୀପୀଠ ପାଖରେ ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ସାହାଡା ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଵହଳଦା ବ୍ଲକର ହଳଦିବଣି ଗ୍ରାମର ବାବୁଲାଲ ଖୁଣ୍ଟିଆ(୩୫) ଏବଂ ତାଙ୍କର ସମରଦଫା ବଡଗାଁ ୟୁପି ସ୍କୁଲର ଶିକ୍ଷା ସହାୟିକା ପତ୍ନୀ ସରସ୍ବତୀ ତିରିଆ ରାଇରଙ୍ଗପୁର ମୁର୍ମୁ ଛକରେ ଜନୈକଙ୍କ ଘରେ ଭଡା ରହନ୍ତି । ଗୁରୁବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ । ତାଙ୍କର ୪ବର୍ଷର ଝିଅଟିଏ ଅଛି । ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକେ ଗଛରେ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ରାଇରଙ୍ଗପୁର ଟାଉନଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ମୃତଦେହକୁ ଗଛରୁ ଅହ୍ଲାଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ମୃତକର ସ୍ତ୍ରୀ ର ବୁକୁଫଟା କାନ୍ଦରେ ଏକ ଶୋକାକୁଳ ପରିବେଶ ଛାଇ ହୋଇ ରହିଥିଲା । ପରେ ପୋଲିସ ବ୍ୟଵଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠଇ ଘଟଣାର ଛାନଭିନ କରିବା ସହିତ ଘଟଣା ପଛର ରହସ୍ୟ ଉନ୍ମୋଚନ ପାଇଁ ଉଦ୍ୟମଜାରୀ ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking