32.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗସାନିଟାଇଜରର ପାର୍ଶ୍ୱ ପ୍ରତିକ୍ରିୟା

ସାନିଟାଇଜରର ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନା ଭାଇରସ ଭଳି ସଂକ୍ରମଣ ସମୟରେ ସାନିଟାଇଜରକୁ ଏକ ହତିଆର ଭଳି ବ୍ୟବହାର କରାଯାଉଛି । ହେଲେ ଆପଣ କଣ ଜାଣିଛନ୍ତି କି, ଭାଇରସ ସଂକ୍ରମଣ କମ୍ କରିବା ପାଇଁ ବ୍ୟବହାର ହେଉଥିବା ସାନିଟାଇଜରର ବିଭିନ୍ନ ପ୍ରକାରର ସାଇଡ ଇଫେକ୍ଟ ରହିଥାଏ । ଏହାର ରେଗୁଲାର ବ୍ୟବହାର କେବଳ ସ୍କିନ ନୁହେଁ, ବରଂ ଶରୀରର ଅନ୍ୟ ଅଙ୍ଗ ପାଇଁ ମଧ୍ୟ ଖତରନାକ ହୋଇଥାଏ । ଏଥିପାଇଁ ଡାକ୍ତରମାନେ ସାନିଟାଇଜର ସ୍ଥାନରେ ସାବୁନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତାହେଲେ ଚାଲନ୍ତୁ ଜାଣିବା ସାନିଟାଇଜର କିପରି ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଋିପୋର୍ଟ ଅନୁସାରେ, ସାବୁନ ଦ୍ୱାରା ୨୦ ସେକେଣ୍ଡ ହାତ ସଫା କରି କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇପାରିବେ । ଜରୁରୀକାଳିନ ପରିସ୍ଥିତିରେ ଆପଣ ଆଲକହଲ ମିଶା ସାନିଟାଇଜର ବ୍ୟବହାର କରିପାରନ୍ତି । ହେଲେ ଏହାର ପ୍ରତିଦିନ ବ୍ୟବହାର ଦ୍ୱାରା ଏକଜିମା ଅର୍ଥାତ ତ୍ୱଚା କୁଣ୍ଡାଇ ହେବା ସମସ୍ୟା ବଢିଥାଏ । ଡର୍ମାଟାଇଟ୍ସ କିମ୍ବା ଏକ୍‌ଜିମା କାରଣରୁ ସ୍କିନରେ ରେଡନେଓ, ଶୁଷ୍କପଣ ଓ କ୍ରାକ ଭଳି ସମସ୍ୟା ବଢିଯାଏ ।
ଅନେକ ସାନିଟାଇଜର ଆଲକୋହଲ ଯୁକ୍ତ ହୋଇଥାଏ । ସେଥିରେ ଥିବା ଏଥିଲ ଅଲକୋହଲ ଆଣ୍ଟିସେଫ୍ଟିକ ରୂପରେ କାମ କରିଥାଏ । ଯେତେବେଳେ କି କିଛି ନନ ଆଲକୋହଲିକ ସାନିଟାଇଜର ବି ରହିଛି । ନନ ଆଲକୋହଲିକ ସାନିଟାଇଜରରେ ଟ୍ରାଇକ୍ଲୋସନ ଭଳି ଆଣ୍ଟିବାୟୋଟିକ କମ୍ପାଉଣ୍ଡର ବ୍ୟବହାର ହୋଇଥାଏ ।
ଏଫଡିଏ ଅନୁସାରେ, ନନ ଆଲକୋହଲିକ ସାନିଟାଇଜରରେ ଟ୍ରାଇକ୍ଲୋସନ ହର୍ମୋନ ସମ୍ବନ୍ଧିତ ସମସ୍ୟା ବି ରହିଥାଏ ।
ଟ୍ରାଇକ୍ଲୋସନ ଜଣେ ବ୍ୟକ୍ତିକୁ ରୋଗରୁ ରକ୍ଷା କରୁଥିବା ଇମ୍ୟୁନ ସିଷ୍ଟମର ସଂକ୍ରମଣ ପାଇଁ ବି ହିତ ହୋଇ ନଥାଏ । ଦୁର୍ବଳ ଇମ୍ୟୁନ ସିଷ୍ଟମ ପାଇଁ ରୋଗରେ ଜଲଦି ପଡିବାର ସମ୍ଭାବନା ବଢିଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking