28.1 C
Bhubaneswar
Saturday, April 27, 2024
Homeଓଡିଶାଷ୍ଟିଲ୍ ସିଟିରେ ଫୁଟିଲା ଗୁଳି, ଚାଲିଗଲା ଯୁବକଙ୍କ ଜୀବନ

ଷ୍ଟିଲ୍ ସିଟିରେ ଫୁଟିଲା ଗୁଳି, ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। କଥାକଥାକେ ଫୁଟୁଛି ଗୁଳି। ଦିନ ଦ୍ୱିପହରରେ ଏପରି ଘଟଣା ଘଟୁଥିଲେ ବି କିଛି କରିପାରୁନି ପୋଲିସ। ଇସ୍ପାତ ସହର ରାଉରକେଲାରେ ‍ହୋଇଛି ଗୁଳିମାଡ। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ରେଲୱେ କଲୋନୀର ଜିତେନ୍ଦ୍ର ସାଙ୍କୁ ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ଆଖିବୁଜା ଗୁଳି ମାରିଥିଲେ। ସେମାନେ ପ୍ରାୟ ୬ ରାଉଣ୍ଡ ଗୁଳି କରିଥିବା ଜଣାଯାଇଛି। ଗୁଳିମାଡରେ ଜିତେନ୍ଦ୍ର ଗୁରୁତର ହେବା ସହ ତାଙ୍କର ଜଣେ ସମ୍ପର୍କୀୟା ମଧ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ଜିତେନ୍ଦ୍ରଙ୍କ ଅବସ୍ଥା ଆଜି ବି ସଙ୍କଟାପନ୍ନ ଥିଲା। ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପରିସ୍ଥିତିକୁ ଦେଖି ଆଇଜିଏଚ୍‌ ପରିସରରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ହେଲେ ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking