34.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାବିଏମସିର ପୂଜା ଗାଇଡଲାଇନ

ବିଏମସିର ପୂଜା ଗାଇଡଲାଇନ

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ । ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ । ମଣ୍ଡପର ତିନି ପାଶ୍ୱର୍ ସଂପୂର୍ଣ୍ଣ ବନ୍ଦ ରହିବ । ଗୋଟିଏ ପାଶ୍ୱର୍ ଆଂଶିକ ଖୋଲା ରହିବ । ଚତୁର୍ଥ ପାଶ୍ୱର୍ ଏମିତି ବନ୍ଦ ରହିବ ଯେମିତି କେହି ଦର୍ଶନାର୍ଥୀ ଦର୍ଶନ କରିପାରିବେନି । ମୂର୍ତ୍ତି ଉଚ୍ଚତା ୪ ଫୁଟର କମ ରହିବ । ମନୋରଂଜନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ । ପୂଜକ, କର୍ତ୍ତା, ଆୟୋଜକଙ୍କୁ ମିଶାଇ ୭ ଜଣରୁ ଅଧିକଙ୍କୁ ଅନୁମତି ନାହିଁ । ସେହିଭଳି ଭସାଣ ଶୋଭାଯାତ୍ରା ହେବନାହିଁ । କୃତ୍ରିମ ପୋଖରୀରେ ବିସର୍ଜନ କରିବ ବିଏମସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking