31.1 C
Bhubaneswar
Friday, May 10, 2024
Homeଅପରାଧସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ସ୍ୱାମୀ ଶେଷରେ....

ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ସ୍ୱାମୀ ଶେଷରେ….

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ବେଳର ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ତାଙ୍କ ସମ୍ପର୍କୀୟମାନଙ୍କୁ ପଠାଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ସ୍ତ୍ରୀକୁ ଆତ୍ମହତ୍ୟା ପାଇଁ ଉସୁକାଇବା ସହିତ ଏଭଳି ଏକ ଘଟଣାର ଭିଡିଓ କରୁଥିବାରୁ ପୋଲିସ ସଂପୃକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଏପରି ଘଟଣା ଘଟିଛି । ସୂଚନା ଅନୁଯାୟୀ, ୨୯ ବର୍ଷୀୟ କୋଣ୍ଡାମ୍ମା ୧୨ ବର୍ଷ ତଳେ ପେଞ୍ଚାଲିଆ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବିବାହ ପରେ ଦମ୍ପତି ଅତ୍ମାକୁର ସହରର ଜେଆର ପେଟାରେ ରହୁଥିଲେ । ବାହାଘରର ୧୨ ବର୍ଷ ପରେ ହଠାତ୍ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସ୍ୱାମୀ ପେଞ୍ଚାଲିଆ ପତ୍ନୀ କୋଣ୍ଡାମ୍ମାଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ବି ହୋଇଥାଏ । ଏଥିରେ ରାଗି ଯାଇ କୋଣ୍ଡାମ୍ମା ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ସେ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ଆଗରେ ହିଁ ଘରର ଫ୍ୟାନରେ ଶାଢ଼ି ବାନ୍ଧି ଝୁଲି ପଡ଼ିଥିଲେ ।

କୋଣ୍ଡାମ୍ମା ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ପେଞ୍ଚାଲିଆ ତାଙ୍କୁ ଆଦୌ ଅଟକାଇ ନଥିଲେ ବରଂ ମୋବାଇଲରେ ସେ କେମିତି ଆତ୍ମହତ୍ୟା କରୁଛନ୍ତି, ତା’ର ଦୃଶ୍ୟକୁ ରେକର୍ଡିଂ କରିଥିଲେ । ଖାଲି ସେତିକି ନୁହେଁ, ଏହାପରେ ସେ ପରିବାର ଲୋକଙ୍କୁ ପତ୍ନୀ ଆତ୍ମହତ୍ୟା କିପରି କରୁଛନ୍ତି ତାହାର ଭିଡିଓ ପଠାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking