26.1 C
Bhubaneswar
Friday, March 29, 2024
Homeଓଡିଶାଦୂତୀ କୋଭିଡ୍ ଗାଇଡ୍‌ଲାଇନ୍‌କୁ ଉଲ୍ଲଘଂନ ଓ ପୋଲିସକୁ ନାଲିଆଖି ଅଭିଯୋଗ

ଦୂତୀ କୋଭିଡ୍ ଗାଇଡ୍‌ଲାଇନ୍‌କୁ ଉଲ୍ଲଘଂନ ଓ ପୋଲିସକୁ ନାଲିଆଖି ଅଭିଯୋଗ

ରସୁଲପୁର: କୁଆଖିଆ ଥାନା ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ଚକଗୋପାଳପୁର ଗାଁର ଚାନ୍ଦ ସାହିରେ ବୁଧୁବାର ରାତିରେ ଖୁଦୁକୁରୁଣି ମେଢ ଭସାଣ ହେଉଥିଲା । ଉକ୍ତ ଭସାଣ ଉତ୍ସବରେ କୋଭିଡ କଟକଣାକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିଲା । ଭସାଣ ଉତ୍ସବରେ ସାହିର ଯୁବତୀ ଯୁବକମାନେ ଡିଜେ ବଜାଇ ନାଚଗୀତରେ ମଜ୍ଜି ଯାଇଥିଲେ । ଉକ୍ତ ଭସାଣ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିଲେ ଅଲମ୍ପିଆନ ଦୂତୀ ଚାନ୍ଦ ବୋଲି ଥାନାରେ ଅଭିଯୋଗ ହୋଇଥିଲା । କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଅଭିଯୋଗ ଆଧାରରେ ପାଟ୍ରୋଲିଂ ଭ୍ୟାନକୁ ସେ ଗାଁକୁ ପଠାଇଥିଲେ । ଏଏସଆଇ ପ୍ରଦୀପ କୁମାର ମଲିକଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚକଗୋପାଳପୁର ଗାଁରେ ପହଞ୍ଚିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଭସାଣ ଶୋଭାଯାତ୍ରାକୁ ବନ୍ଦ କରିବାକୁ ପ୍ରୟାସ କରିଥିଲା । ଏହାକୁ ନେଇ ପୋଲିସ ଓ ଦୂତୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କରୋନା କଟକଣାକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବାରୁ ଶୋଭାଯାତ୍ରା କରାଯାଇ ପାରିବ ନାହିଁ ବୋଲି ପୋଲିସ ଡିଜେ ଓ ମାଇକୁ ବନ୍ଦ କରି ଦେଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ଆଲୋଚନା ହେଉଛି । କରୋନା ବିଭିଷିକା ଥମି ନାହିଁ । ପାର୍ବଣ ଋତୁରେ ସତର୍କ ରହିବାକୁ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ ଓ ସାବଧାନ କରାଯାଉଛି । ଭସାଣ କାର୍ଯ୍ୟକ୍ରମକୁ ନିରାଡମ୍ବର ଭାବରେ ପାଳନ କରିବାକୁ ମାର୍ଗ ଦର୍ଶିକା ଜରିଆରେ କୁହାଯାଇଛି । ଏ ସବୁ ନିୟମ ଓ ନିର୍ଦ୍ଦେଶାବଳୀକୁ ସେଲିବ୍ରିଟ୍‌ମାନେ ବିଭିନ୍ନ ପ୍ରଚାର ପ୍ରସାର ଜରିଆରେ ସାଧାରଣଲୋକଙ୍କୁ ସଚେତନ କରାଉଛନ୍ତି । ତେବେ ଦୂତୀଙ୍କ ଭଳି ଜଣେ ଅନ୍ତଜାର୍ତୀୟ ଖ୍ୟାତି ସମ୍ପନ୍ନ ଦୌଡାଳି କୋଭିଡ କଟକଣାକୁ ଉଲଙ୍ଘନ କରିବା ଦୃଶ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏ ନେଇ ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ପ୍ରତିକ୍ରିୟା ନେବାରୁ ସେ ଭସାଣ ଉତ୍ସବ ପାଳନ ଅନୁମତି ପାଇଁ କୁଆଖିଆ ଥାନା ଅଧିକାରୀ ମନୋଜ ସ୍ୱାଇଁଙ୍କୁ ଭେଟିଥିଲେ । କରୋନା କାଳରେ ଅନୁମତି ଦେବାକୁ ପୋଲିସ ମନା କରିଥିଲେ । ମାତ୍ର ସାହି ଭିତରେ ଭସାଣ ଅନୁଷ୍ଠିତ କରି ୧ ଘଣ୍ଟା ମଧ୍ୟରେ ସାରି ଦେବାକୁ କହିଥିଲେ । ଏହାଜାଣି ସେ ଭସାଣ ଉତ୍ସବରେ ସାମିଲ ହୋଇନଥିଲେ । ମାତ୍ର ଭସାଣ ଦେଖିବାକୁ ସେ ରାସ୍ତା କଡରେ ଛିଡା ହୋଇଥିଲେ । ହଠାତ୍ ପୋଲିସ ଆସି ଘଟଣା ସ୍ଥଳରେ ପହଁଚି ଭସାଣ ବନ୍ଦ କରିଥିଲେ । ପୋଲିସ ତାଙ୍କୁ ଏଠି କାହିଁକି ଛିଡା ହୋଇଛନ୍ତି ବୋଲି ପଚାରିବାରୁ କଥାକଟାକଟି ହୋଇଥିଲା । କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କ ପଚାରିବାରୁ ଶୋଭାଯାତ୍ରା ପାଇଁ ଥାନା ପକ୍ଷରୁ କାହାରିକୁ ଅନୁମତି ଦିଆଯାଉ ନାହିଁ । ସମସ୍ତକୁ କରୋନା କଟକଣା ଅନୁପାଳନ କରିବାକୁ କଡାକଡି ଭାବରେ କୁହାଯାଉଛି । ତେବେ ଗୋପାଳପୁରରେ ଭସାଣ ଉତ୍ସବ ଅନୁଷ୍ଠିତ ହେଉଛି ଏବଂ ସେଠାରେ କରୋନା କଟକଣା ଉଲଙ୍ଘନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଯିଛି ବୋଲି ଅଭିଯୋଗ ପାଇଁ ପାଟ୍ରୋଲିଂ ଗାଡିକୁ ଘଟଣା ସ୍ଥଳକୁ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking