33.1 C
Bhubaneswar
Saturday, April 27, 2024
Homeଓଡିଶା ବାଦାମ ଚାଷୀଙ୍କ ମୁଣ୍ଡରେ ପଡିଲା ବଡ଼ ଚଡ଼କ, ବ୍ୟାଙ୍କରୁ ଆଣିଥିବା ଲୋନକୁ ସୁଝିବେ କିପରି ? 

 ବାଦାମ ଚାଷୀଙ୍କ ମୁଣ୍ଡରେ ପଡିଲା ବଡ଼ ଚଡ଼କ, ବ୍ୟାଙ୍କରୁ ଆଣିଥିବା ଲୋନକୁ ସୁଝିବେ କିପରି ? 

ମାଲକାନଗିରି – କୋରାନା ପରି ଭୟଙ୍କର ମହାମାରୀ ମଧରେ ବାଦାମ ଚାଷୀଙ୍କ ମୁଣ୍ଡରେ ପଡିଲା ବଡ଼ ଚଡ଼କ l ବ୍ୟାଙ୍କରୁ  ଆଣିଥିବା ଲୋନକୁ ସୁଝିବେ କିପରି ? ବାଦାମ ଚାଷ କରିବା ନିମନ୍ତେ ଚାଷୀମାନେ ବ୍ୟାଙ୍କରୁ ଟଙ୍କା ଲୋନରେ  ଆଣିଥିଲେ  ମାତ୍ର ଜଳର  ଅଭାବ ଯୋଗୁ ଚାଷୀଙ୍କର  50 ରୁ 70 ଭାଗ ବାଦାମ ନଷ୍ଟ ହେଇଯାଇଛି l ବର୍ତମାନ ଯେତିକି ବାଦାମ ଭଲ ଅଛି ତାକୁ ଉଠାଇବା ପାଇଁ ଚାଷୀଙ୍କୁ  ବହୁତ କଷ୍ଟ ହେଉଛି କାରଣ, ଜମିରେ ପାଣି ନ’ଥିବାରୁ  ବାଦାମ ଗଛ ସବୁ ସୁଖୀ ଯିବା ସହ ଠିକ ଭାବରେ ବାଦାମ ଉଠେଇ ମଧ୍ୟ ହେଉନାହିଁ l
 ଏପରି ହେବାର କାରଣ ଦୀର୍ଘ 20 ରୁ 21 ଦିନ ହେଲା କେନାଲ ପାଣିକୁ  ବନ୍ଦ କରାଯାଇଛି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ  MV – 79 ଗ୍ରାମରେ l ସୂଚନା ମୁତାବକ ଗୋମ୍ଫଗଣ୍ଡା ଠାରେ ନଅ ମିଟର ଲମ୍ବର କେନାଲ ମାଟି  ଭୁଶୁଡି ପଡିଛି l ଯାହାର  ମରାମତି ନିମନ୍ତେ କିଛି ଦିନ ସମୟ ଲାଗିବ ତେଣୁ  କେନାଲ ପାଣିକୁ ବନ୍ଦ କରି ଦିଆଯାଇଛି ମାତ୍ର ଏହି ବନ୍ଦ ହେବା ଯୋଗୁ ଚାଷୀ ମାନେ ନାହିଁ ନ’ଥିବା ଅସୁବିଧା ସହିବାକୁ ପଡୁଛି l
ସରକାର ଚାଷୀଙ୍କ  ପାଇଁ  ନା ନା ପ୍ରକାରର ସୁବିଧାର ସୁଯୋଗର  ବ୍ୟବସ୍ଥା କରୁଛନ୍ତି l ତେବେ ଏହା କଣ  ଚାଷୀଙ୍କ ପାଇଁ ପ୍ରକୃତ  ସୁବିଧା ?  ଯିଏ ଦିନ-ରାତି, ଖରା ବର୍ଷାକୁ,  ଖାତିର ନ କରି  ସମସ୍ତଙ୍କୁ ଖାଦ୍ୟ ଯୋଗାଇଥାଏ ତାଙ୍କ ପାଇଁ  କଣ ଏହା ହିଁ ପ୍ରକୃତ ବ୍ୟବସ୍ଥା କି ?
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking