38.1 C
Bhubaneswar
Friday, April 26, 2024
Homeଓଡିଶାଏପ୍ରିଲ ୨୦ ରୁ ଖୋଲିବ ସରକାରୀ ଅଫିସ

ଏପ୍ରିଲ ୨୦ ରୁ ଖୋଲିବ ସରକାରୀ ଅଫିସ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ବନ୍ଦ ରହିଥିବା ସମସ୍ତ ସରକାରୀ ଅଫିସ ଆସନ୍ତା ଏପ୍ରିଲ ୨୦ରୁ ଖୋଲିବ ବୋଲି ସୂଚନା ମିଳିଛି । ତେବେ ସରକାରୀ ଅଫିସ ଖୋଲିବା ନେଇ ମଧ୍ୟ କିଛି କଟକଣା ଜାରି କରାଯାଇଛି । ତେବେ ଜାରି ହୋଇଥିବା ଅର୍ଡର ଅନୁସାରେ, କ୍ରିଟିକାଲ କ୍ୟାଟେଗୋରୀରେ ଗ୍ରୁପ ବି, ସି ଓ ଡି ର ୫୦ ପ୍ରତିଶତ ଅଫିସର ରୋଷ୍ଟର ବେସିସରେ କାର୍ଯ୍ୟରେ ଯୋଗ ଦେବେ । ଏମାନଙ୍କର ସ୍କେଲ ଅଫ ଅପରେସନକୁ ଆଡମିନଷ୍ଟ୍ରେଟେଭି ବିଭାଗ ନିଷ୍ପତି ନେବ ବୋଲି ଉଲ୍ଲେଖ ରହିଛି । ଏହି କ୍ୟାଟେଗୋରୀରେ ଏଗେରିକଲଚର ଆଣ୍ଡ ଏଫଇ, କୋ-ଅପରୋସନ, ଏଫ ଆଣ୍ଡ ଏଆରଡି, ଏଫ ଏସ ଆଣ୍ଡ ସିଡବ୍ଲ୍ୟୁ, ଜିଏ ଆଣ୍ଡ ପିଜି, ଏଚ ଆଣ୍ଡ ୟୁଡି, ହେଲଥ ଆଣ୍ଡ ଫ୍ୟାମିଲି ଓଲଫେୟାର, ହୋମ୍ , ଲେବର ଆଣ୍ଡ ଇଏସଆଇ, ପିଆର ଆଣ୍ଡ ଡିଡବ୍ଲ୍ୟୁ, ଆର ଆଣ୍ଡ ଡିଏମ ବିଭାଗ ରହିଥିବା ବେଳେ ପାର୍ସିଆଲି କ୍ରିଟିକାଲ କ୍ୟାଟେଗୋରୀରେ ସମସ୍ତ ବିଭାଗ ରହିଛି । ଅନ୍ୟପଟେ ପାର୍ସିଆଲି କ୍ରିଟିକାଲ କ୍ୟାଟେଗୋରୀରେ ଗ୍ରୁପ ବି, ସି ଓ ଡି ର ୩୩ ପ୍ରତିଶତ ଅଫିସର ରୋଷ୍ଟର ବେସିସରେ କାର୍ଯ୍ୟରେ ଯୋଗ ଦେବେ ବୋଲି କୁହାଯାଇଛି । ଏହାଛଡା ଯେଉଁମାନେ ଅଫିସ ଆସିବାକୁ ନ ଚାହିଁବେ ସେମାନେ ଘରେ ରହି କାମ କରିବାକୁ ନିର୍ଦେଶ ରହିଛି  ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking