32.1 C
Bhubaneswar
Thursday, March 28, 2024
Homeଓଡିଶାଦୁର୍ଘଟଣାରେ ମା’ ମୃତ, ଝିଅ ଗୁରୁତର

ଦୁର୍ଘଟଣାରେ ମା’ ମୃତ, ଝିଅ ଗୁରୁତର

ଝାରସୁଗୁଡ଼ା : ଆଜି ସକାଳେ ଏକ ଦୁର୍ଘଟଣା ଘଟି ମା’ ମୃତ, ଝିଅ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି କକୁରିକାନି ନିକଟରେ । ମୃତକ ମା’ ହେଲେ ଲତକା ବେହେରା, ଗୁରୁତର ଝିଅଙ୍କ ନାମ ରେଣୁକା ବେହେରା ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, କତବଗା ଅଂଚଳର ଲତା ବେହେରା ଓ ତାଙ୍କ ଝିଅ ରେଣୁକା ବେହେରା ଆଜି ସକାଳେ କୁକୁରିକାନି ସହରାଂଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ହେଲେ ଉଭୟ ମା’ ଝିଅ ଚିକିତ୍ସା ସରିବା ପରେ ଘରକୁ ଫେରୁଥିବା ବାଟରେ ପଛପଟୁ ଏକ କାର୍ ଆସି ଧକ୍କା ଦେଇଥିଲା । ଏହା ପରେ କାର୍‌ଟି ପାଖରେ ଥିବା ଡ୍ରେନ୍‌ରେ ପଶିଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟ ମା’, ଝିଅଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି କେନ୍ଦ୍ରିୟ ଚିକିତ୍ସାଳୟକୁ ନେଇଯାଇଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ଡାକ୍ତର ମା’ ଲତାଙ୍କୁ ମୃତ ବୋଲି ଘୋଷଣା କରିôତଲେ । ତେବେ ତାଙ୍କ ଝିଅ ରେଣୁକାଙ୍କ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ପୁଲିସ ପଂହଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା କାର୍ ଚାଳକୁ ପୁଲିସ ଥାନାକୁ ନେଇ ଅଟକ ରଖିଛି ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking