28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୁଶାସନ ସୂଚକାଙ୍କ

ସୁଶାସନ ସୂଚକାଙ୍କ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ପ୍ରଥମଥର ପାଇଁ ସୁଶାସନ ସୂଚକାଙ୍କ ଜାରି କରିଛନ୍ତି । କୃଷି ଓ ସମ୍ବନ୍ଧିତ କ୍ଷେତ୍ର, ମାନବସମ୍ବଳ ବିକାଶ, ଜନସ୍ୱାସ୍ଥ୍ୟ, ସାର୍ବଜନିନ ଭିତ୍ତିଭୂମି ଓ ଉପଯୋଗ, ଆର୍ଥିକ ଶାସନ, ସାମାଜିକ କଲ୍ୟାଣ ବିକାଶ, ନ୍ୟାୟିକ ଓ ସାର୍ବଜନିନ ସୁରକ୍ଷା , ପରିବେଶ ଭଳି ୧୦ କ୍ଷେତ୍ର ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନର ମୂଲ୍ୟାଙ୍କନ କରାଯାଇଛି । ଏହି ସୂଚକାଙ୍କରେ ଓଡିଶା ତଳ ଆଡୁ ପଞ୍ଚମ ଅର୍ଥାତ ଚତୁର୍ଦ୍ଦଶ ସ୍ଥାନରେ ରହିଛି ।
ସୁଶାସନ ସୂଚକାଙ୍କରେ ସ୍ଥାନିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୩ଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା । ୧୮ଟି ବଡ ରାଜ୍ୟ,୧୧ଟି ପୂର୍ବୋତ୍ତର ଓ ପାର୍ବତ୍ୟ ରଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଅଲଗା ଅଲଗା ଭାବେ ର‌୍ୟାଙ୍କିଂ କରାଯାଇଥିଲା । ସୂଚକାଙ୍କ ତାଲିକାରେ ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ , ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ପ୍ରଥମ ୬ଟି ସ୍ଥାନରେ ରହିଥିବାବେଳେ ଓଡିଶା, ବିହାର ,ଗୋଆ, ଉତ୍ତରପ୍ରଦେଶ ଓ ଝାଡଖଣ୍ଡ ତାଲିକାର କ୍ରମରେ ନିମ୍ନରେ ରହିଛନ୍ତି । ୧୮ଟି ବଡ ରାଜ୍ୟମାନଙ୍କ ତାଲିକାରେ ଓଡିଶା ପ୍ରଥମଚ ୧୦ଟି ରାଜ୍ୟର ତାଲିକାରେ ସ୍ଥାନ ପାଇବାରେ ସକ୍ଷମ ହୋଇନ ଥିବା ଜଣାପଡିଛି । ପୂର୍ବୋତ୍ତର ଓ ପାର୍ବତ୍ୟ ରାଜ୍ୟମାନଙ୍କ ତାଲିକାରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ତ୍ରିପୁରା କ୍ରମାନୁସାରେ ଶୀର୍ଷରେ ଥିବାବେଳେ ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ତାଲିକାର ସବାତଳେ ରହିଛନ୍ତି । ସେହିଭଳି କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ପୁଡୁଚେରୀ, ଚଣ୍ଡୀଗଡ ଶୀର୍ଷରେ ଥିବାବେଳେ ଲାକ୍ଷାଦ୍ୱୀପ ନିମ୍ନରେ ରହିଛି ।
ବିଭିନ୍ନ ୫୦ଟି ସୂଚକାଙ୍କ ଅନ୍ତର୍ଗତ ରାଜ୍ୟମାନଙ୍କ ସ୍ଥିତି ଆକଳନ ସୁଶାସନ ସୂଚକାଙ୍କରେ କରାଯାଇଛି । କ୍ଷେତ୍ରଵାରି ଆକଳନରେ ସାର୍ବଜନିକ ଭିତ୍ତିଭୂମି ଓ ଉପଯୋଗରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବା ଜଣାପଡ଼ିଛି । ଏଥିରେ ଓଡ଼ିଶା ସର୍ବନିମ୍ନ ୧୮ତମ ସ୍ଥାନରେ ରହିଛି । ସାର୍ବଜନିକ ଭିତ୍ତିଭୂମି ଓ ଉପଯୋଗ ସୂଚକାଙ୍କରେ ପାନୀୟ ଜଳ ଉପଲବ୍ଧତା, ଖୋଲାରେ ଶୌଚମୁକ୍ତ ସହର ଗୁଡ଼ିକ, ମଳମୁକ୍ତ ଘୋଷିତ ଗାଁ, ଗ୍ରାମୀଣ ପରିବାର ମାନଙ୍କ ପାଇଁ ଯୋଗାଯୋଗ, ଏଲପିଜି ଓ ପିଏନଜିର ଉପଲବ୍ଧତା, ଦିନରାତି ୨୪ ଘଣ୍ଟା ବିଦ୍ୟୁତ ଯୋଗାଣର ଉପଲବ୍ଧତା, ମୁଣ୍ଡପିଛା ପାଵାର ବ୍ୟବହାର ଆକଳନରେ ଓଡ଼ିଶାର ସ୍କୋର୍ ହେଉଛି ୦.୫୦ । ଜନସ୍ବାସ୍ଥ୍ୟରେ ଓଡ଼ିଶାର ସ୍ଥାନ ୧୮ରେ ରହିଛି। ଜନସ୍ବାସ୍ଥ୍ୟ ସୂଚକାଙ୍କରେ ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର, ସମୁଦାୟ ମୃତ୍ୟୁ ହାର, ଟୀକାକରଣର ସଫଳତା, ସର୍ବସାଧାରଣ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଉପଲବ୍ଧତା ତଥା ସର୍ବସାଧାରଣ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ କାର୍ଯ୍ୟକାରିତାରେ ଓଡ଼ିଶାର ସ୍କୋରିଂ ରହିଛି ୧୬ । ବାଣିଜ୍ୟ ଓ ଶିଳ୍ପ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୩, ନ୍ୟାୟିକ ଓ ସର୍ବସାଧାରଣଙ୍କ ସୁରକ୍ଷା ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୩, ମାନବ ସମ୍ବଳ ବିକାଶର ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୨, କୃଷି ଓ ସମ୍ବନ୍ଧିତ କ୍ଷେତ୍ର ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୦, ଆର୍ଥିକ ଶାସନ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୯, ସାମାଜିକ କଲ୍ୟାଣ ବିକାଶ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୬ ଓ ପର୍ଯ୍ୟାବରଣ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୫ ରହିଛି ।
ସାମଗ୍ରିକ ପ୍ରଦର୍ଶନକୁ ବିଚାରକୁ ନେଇ ଓଡ଼ିଶା ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଥିବା ଦର୍ଶାଯାଇଛି । ସୁଶାସନ ଇଣ୍ଡେକ୍ସ ବା ସୂଚକାଙ୍କ ପ୍ରସ୍ତୁତ କରିବା ପାଇଁ ମୋଦୀ ସରକାରଙ୍କର ପ୍ରଥମ ପାଳିରେ ପରିକଳ୍ପନା କରାଯାଇଥିଲା । ଶାସନକୁ ବଳିଷ୍ଠ କରିବା ପାଇଁ ନୀତି ଗୁଡ଼ିକୁ ପ୍ରସ୍ତୁତ କରିବା ତଥା ଉପଯୁକ୍ତ ରଣନୀତି ପାଇଁ ଏହାର ଆବଶ୍ୟକତା ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ଶେଷରେ, ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ଏହା ସମ୍ପନ୍ନ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking