37.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗହ୍ୱାଟସଆପ ଡେସ୍କଟପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏବେ ପାଇବେ ଅଡିଓ ଓ ଭିଡିଓ କଲ...

ହ୍ୱାଟସଆପ ଡେସ୍କଟପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏବେ ପାଇବେ ଅଡିଓ ଓ ଭିଡିଓ କଲ ର ସୁବିଧା

ନୂଆଦିଲ୍ଲୀ: ହ୍ୱାଟସଆପ ୱେବ ଭର୍ସନ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । କାରଣ ଏବେ ମେସେଜିଂ ଆପ୍ ବର୍ତମାନ ଅଡିଓ ଏବଂ ଭିଡିଓ କଲିଂ ଫିଚରକୁ ବ୍ୟବହାରକାରୀଙ୍କୁ ଡେସ୍କଟପ୍ ସ୍କ୍ରିନରେ ଅଡିଓ ଏବଂ ଭିଡିଓ କଲ୍ କରିବାକୁ କିମ୍ବା ଗ୍ରହଣ କରିବାକୁ ଅନୁମତି ଦେଉଛି । ୱାବିଟାଇନଫୋ ଅନୁସାରେ, ହ୍ୱାଟସ ଆପ ଟ୍ରାକ କରୁଥିବା ଏକ ୱେବସାଇଟ ଅନୁଯାୟୀ, ଅଡିଓ ଓ ଭିଡିଓ କଲ ରୋଲିଂ ଆଉଟ ହ୍ୱାଟସଆପ ଡେସ୍କଟପ ଆପରେ ଉପଲବ୍ଧ ହେଉଛି । କିନ୍ତୁ ବଟନ ଗୁଡିକ ବିଟା ଲେବଲ ପାଇବା ସହିତ ବର୍ତମାନ ପାଇଁ ଏହା ଏକ ସୀମିତ ଲଂଚ ପରି ମନେ ହେଉଛି । ଚାଟ ୱିଣ୍ଡୋର ଉପରି ଭାଗରେ ଥିବା ସର୍ଚ୍ଚ ବଟନ ବ୍ୟତୀତ କିଛି ହ୍ୱାଟସଆପ ବିଟା ବ୍ୟବହାରକାରୀ ପାଇଁ ଅଡିଓ ଏବଂ ଭିଡିଓ କଲ୍ କରିବାର ବିକଳ୍ପଗୁଡିକ ଦେଖାଯିବା ଆରମ୍ଭ କରିଛି । ଉଭୟ ବିଟା ଟ୍ୟାଗ କରୁଛି । ଏହା ଆହୁରି ମଧ୍ୟ କହିଛି ଯେ, କିଛି ଦିନ ହେବ, କିଛି ବ୍ୟବହାରକାରୀ ହ୍ୱାଟସଆପ ଡେସ୍କଟପ୍ ର ଚାଟ ହେଡରରେ କଲ୍ସ ବଟନ ଦେଖିବାକୁ ପାଇଛନ୍ତି । ଟିପଷ୍ଟର କହିଛି ଯେ, ସେହି ବ୍ୟବହାରକାରୀ ଏକ ଫୋନ ଆବଶ୍ୟକ କରିବେ ଡେସ୍କଟପ ଆପ ସହ କନେକ୍ଟେଡ ହେବା ପାଇଁ । କୌଣସି ପ୍ରକାର ଅଡିଓ ଓ ଭିଡିଓ କଲ୍ ଗୋଟିଏ କମ୍ପ୍ୟୁଟର ଦ୍ୱାରା ରୁଟେଡ ହୋଇପାରିବ । ୱାବିଟାଇନଫୋ, ଏହି ଫିଚର କିପରି କାମ କରୁଛି ତାହାର ଏକ ସ୍କ୍ରିନସଟ ମଧ୍ୟ ଦେଇଛି । ୱାବିଟାଇନଫୋ ଅନୁସାରେ, ଯେତେବେଳେ ଆପଣ ହ୍ୱାଟସଆପ ୱେବରୁ ଏକ କଲ୍ ରିସିଭ କରୁଛନ୍ତି, ଏକ ପପ ଅପ ୱିଣ୍ଡୋ ଦେଖାଯିବ, ଯେଉଁଠି ଆପଣ କଲ୍ ଗ୍ରହଣ ଓ ଅଗ୍ରାହ କରିବେ । ଯେତେବେଳେ ଆପଣ କାହାକୁ କଲ କରୁଛନ୍ତି, ହ୍ୱାଟସଆପ ଅନ୍ୟ ଏକ ୱିଣ୍ଡୋ ସୋ କରିବ । ଏହା ଛୋଟ ଏବଂ କଲର ଷ୍ଟାଟସ ସହ ମିଶି ରହିଛି । ଏଅହି ଫିଚରଟି ଗ୍ରୁପ ଭଏସ ଓ ଭିଡିଓ କଲକୁ ମଧ୍ୟ ସପୋର୍ଟ କରିପାରୁଛି । ଏହି ସମୟରେ ଫେସବୁକ ମାଲିକାନା ଆପ ଏହାର ପ୍ଲାଟଫର୍ମରେ ଏକ ସମୟରେ ୪ରୁ ୮ ଜଣଙ୍କ ମଧ୍ୟରେ ଏକ ଭିଡିଓ କିମ୍ବା ଭଏସ କଲରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଛି । ହ୍ୱାଟସ ଆପ କଲ ଉପରେ ନୂତନ ସୀମା ଆକ୍ସେସ କରିବାକୁ ଏକ କଲ ର ସମସ୍ତ ଅଂଶଗ୍ରହଣକାରୀ ଆଇଫୋନ କିମ୍ବା ଆଣ୍ଡ୍ରଏଡରେ ଉପଲବ୍ଧ ହ୍ୱାଟସଆପ ଆପର ନୂଆ ଭର୍ସନ ଅପଡେଟ କରିବା ଆବଶ୍ୟକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking