40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବଢିଚାଲିଛି ସୁନା ଦର

ବଢିଚାଲିଛି ସୁନା ଦର

ନୂଆଦିଲ୍ଲୀ : ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମକୁ ୧୩୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୧୪୨୦ ଟଙ୍କା ବୃଦ୍ଧି ପାଇଛି। ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୧୦୬୦ ଟଙ୍କା ବଢ଼ିଛି। ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୧,୭୦୦ ଟଙ୍କା ଥିବା ବେଳେ ଆଜି ଏହା ୬୩,୦୦୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧୦ ଗ୍ରାମ ପ୍ରତି ୬୭,୩୧୦ ଟଙ୍କା ଥିଲା। ଆଜି ଏହା ୬୮,୭୩୦ ଟଙ୍କା ରହିଛି। ୧୮ କ୍ୟାରେଟ ସୁନାର ଦର ଗତକାଲି ୧୦ ଗ୍ରାମ ପ୍ରତି ୫୦,୪୮୦ ଟଙ୍କା ଥିବା ବେଳେ ଆଜି ୫୧,୫୪୦ ଟଙ୍କା ହୋଇଛି। ଗୁଡ୍‌ରିଟର୍ଣ୍ଣର ୱେବ୍‌ସାଇଟ୍ ଅନୁଯାୟୀ ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ ୬୮,୭୦୦ ଓ ୧୮ କ୍ୟାରେଟ୍ ସୁନାର ଦାମ ୫୧,୫୪୦ ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking