36.1 C
Bhubaneswar
Saturday, May 4, 2024
Homeଓଡିଶା୯ରେ ଖୋଲିବ ଗ୍ଲୋବାଲ ଟେଣ୍ଡର ‘ପ୍ରାଇସ୍ ବିଡିଂ’

୯ରେ ଖୋଲିବ ଗ୍ଲୋବାଲ ଟେଣ୍ଡର ‘ପ୍ରାଇସ୍ ବିଡିଂ’

ଭୂବନେଶ୍ୱର : ବହୁ ବାଦ ବିବାଦ ପରେ ଶେଷରେ ଦୁଇ ବିଦେଶୀ କମ୍ପାନୀ ଟିକା ଯୋଗାଇବା ପାଇଁ ‘ଗ୍ଲୋବାଲ ଟେଣ୍ଡର’ରେ ଆବେଦନ କରିଛନ୍ତି । ଏଥିପାଇଁ ଆସନ୍ତା ଜୁନ ୯ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ‘ପ୍ରାଇସ୍ ବିଡିଂ’ ହେବ ବୋଲି ରାଜ୍ୟ ଓ୍ୟୌଷଧ ନିଗମ ଘୋଷଣା କରିଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କହିଥିଲେ, ରାଜ୍ୟ ସରକାର ପ୍ରାୟ ୩ କୋଟି ୮୦ ଲକ୍ଷ ଟିକା ବିଦେଶ କମ୍ପାନୀଠାରୁ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଗ୍ଲୋବାଲ ଟେଣ୍ଡର ହେଉଛି । ଏ ଯାଏଁ ଦୁଇଟି ସଂସ୍ଥା ଆବେଦନ କରିଥିବା ଜଣାଯାଇଛି । ଏନେଇ ଗଠିତ ଉଚ୍ଚସ୍ତରୀୟ ‘ବୈଷୟିକ କମିଟି’ ତର୍ଜମା କରି ରିପୋର୍ଟ ଦେବା ପରେ ହିଁ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିବେ । ଆସନ୍ତା ୯ରେ ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡିଂ ଖୋଲାଯିବ । କେତେ ଟିକା କିଣାଯିବ ତାହା ମଧ୍ୟ ସେହିଦନ ସ୍ଥିର ହୋଇଯିବ ।

ତେବେ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ଅନେକ ନୀତିରେ ସରଳ କରିଛନ୍ତି ସରକାର । ଏହି ପ୍ରକ୍ରିୟାରେ ଫାଇଜର, ମଡର୍ଣ୍ଣା, ଜନସନ୍ ଆଣ୍ଡ ଜନସନ୍ ଭଳି କମ୍ପାନୀ ଏଥିରେ ସାମିଲ ହୋଇପାରିବେ । ଶ୍ରୀ ମହାପାତ୍ର କହିଥିଲେ, ତୃତୀୟ ପର୍ଯ୍ୟାୟ ଟିକାକରଣରେ ଭାରତ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସାମିଲ କରିବା ପରେ ଟିକାର ଚାହିଦା ବଢ଼ିଛି । ସେଥିପାଇଁ ଅନେକ ରାଜ୍ୟ ଟିକା କିଣିବା ପାଇଁ ‘ଗ୍ଲୋବାଲ୍ ଟେଣ୍ଡର’ର ଆଶ୍ରୟ ନେଇଛନ୍ତି । ହେଲେ ଗ୍ଲୋବାଲ୍ ଟେଣ୍ଡର ପ୍ରତି ପ୍ରଥମେ ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଅନାଗ୍ରହ ଦେଖାଇବାରୁ ସମସ୍ୟା ସୃଷ୍ଟି ହୋଇଥିଲା ।

ଟିକା କମ୍ପାନୀ କେନ୍ଦ୍ର ସରକାରଙ୍କ ସହ ସିଧାସଳଖ ଡିଲ୍ କରିବାକୁ ଚାହୁଁଥିଲେ । ଅପରପକ୍ଷରେ ଦେଶରେ ଥିବା ଟିକା ଉତ୍ପାଦନକାରୀ କମ୍ପାନୀଙ୍କ ପାଖରେ ଆବଶ୍ୟକ ତୁଳନାରେ ଟିକା ଯୋଗାଣ କରିବାର ସାମର୍ଥ ନ ଥିବା ଯୋଗୁଁ ରାଜ୍ୟଗୁଡ଼ିକ ଟିକା ପାଇବା ନେଇ କାଠିକର ପାଠ ହୋଇଥିଲା । ଏବେ ଅନଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ଦୁଇଟି ସଂସ୍ଥା ଆବେଦନ କରିଥିବାରୁ ଶୁଭ ସଙ୍କେତ ଦେଇଛି । ସରକାର ବି ଆସ୍ୱସ୍ଥ ହୋଇଛନ୍ତି । ଟେଣ୍ଡର ପରେ ଟିକା ଆସିବାମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କୁ ମାଗଣାରେ ଟିକା ଦିଆଯିବ । ଏହାଦ୍ୱାରା ଟିକାକରଣ ପ୍ରକ୍ରିୟା ଶତ ପ୍ରତିଶତ ସଫଳ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking