27.1 C
Bhubaneswar
Thursday, April 25, 2024
Homeଓଡିଶାସିଏଚ୍‌ଏସ୍‌ଇ +୨ ମୂଲ୍ୟାୟନ ପ୍ରସଙ୍ଗ, ଗଢ଼ାହେଲା ୧୪ ଜଣିଆ ବିଶେଷଜ୍ଞ କମିଟି

ସିଏଚ୍‌ଏସ୍‌ଇ +୨ ମୂଲ୍ୟାୟନ ପ୍ରସଙ୍ଗ, ଗଢ଼ାହେଲା ୧୪ ଜଣିଆ ବିଶେଷଜ୍ଞ କମିଟି

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ +୨ ମୂଲ୍ୟାୟନ ପାଇଁ ଶନିବାର ଏକ୍ସପର୍ଟ କମିଟି ଗଠନ କରିଛନ୍ତି ସରକାର । କମିଟିରେ ୧୪ ଜଣ ସଦସ୍ୟ ଅଛନ୍ତି । ମୂଲ୍ୟାୟନ ପାଇଁ ଏହିକମିଟି ନିର୍ଦ୍ଦିଷ୍ଟ ମାପଦଣ୍ଡ ନିର୍ଦ୍ଧାରଣ କରିବ । ଏହାକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ । ଉକ୍ତ କମିଟିରେ ମାଧ୍ୟମିକ ଶିକ୍ଷାପରିଷଦର ପୂର୍ବତନ ସଭାପତି ଡ. ସୁଶାନ୍ତ କୁମାର ଦାସ, ଏକାଡେମିକ୍ ପର୍‌ଫର୍‌ମାନ୍ସ ମନିଟରିଂ ସେଲ୍‌ର ପ୍ରୋଗ୍ରାମ ମ୍ୟାନେଜର ଡ. ସୁବାଷ ଚନ୍ଦ୍ର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ସମ୍ବିତ କୁମାର ନାୟକ, ସିଏଚ୍‌ଏସ୍‌ଇର ଉପାଧ୍ୟକ୍ଷ ଡ. ତୁଷାରକାନ୍ତି ତ୍ରିପାଠୀ, ଓଏସ୍‌ଏଚ୍‌ଇସିର ଏକାଡେମିକ୍ କନସଲ୍‌ଟାଣ୍ଟ ଡ. ମିହିର କୁମାର ଦାସ ଓ ଡ. ପ୍ରଦୀପ କୁମାର ବେହେରା, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପରୀକ୍ଷା ନିୟନ୍ତ୍ରକ ଡ. ବନମାଳି ପଣ୍ଡା, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଉପ ନିର୍ଦ୍ଦେଶକ ଭାଗିରଥି କାଣ୍ଡି, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବଳ, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମମତା ପତ୍ରି ଓ ଅଧ୍ୟାପିକା ରଞ୍ଜିତା ମିଶ୍ର, ଏକାମ୍ର କଲେଜର ଅଧ୍ୟକ୍ଷ ପରୀକ୍ଷିତ ଦାସ, ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଏବଂ ଉପ ପରୀକ୍ଷା ନିୟନ୍ତ୍ରକ ଶୁଭ୍ରାଂଶୁ କୁମାର ବେହେରା ପ୍ରମୁଖ ସଦସ୍ୟ ରହିଛନ୍ତି ।

କମିଟି ବିଭିନ୍ନ ଦିଗକୁ ତର୍ଜମା କରି ଆଗାମୀ ୧୦ ଦିନ ଭିତରେ ନିଜର ରିପୋର୍ଟ ପ୍ରଦାନ କରିବ । ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ମୂଲ୍ୟାୟନର ପ୍ରକ୍ରିୟା ଚୁଡ଼ାନ୍ତ ହେବ । ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ । କମିଟି ଯୁକ୍ତ ୨ ମୂଲ୍ୟାୟନ ନେଇ ଯେତେ ପ୍ରକାର ପ୍ରସଙ୍ଗ ରହିଛି, ସବୁଗୁଡ଼ିକୁ ତର୍ଜମା କରିବ । ବିଶେଷଜ୍ଞ କମିଟି ତା’ର ମତ ରଖି ସାରିବା ପରେ ଯେତେ ଶୀଘ୍ର ସମ୍ଭବ ରେଜଲ୍ଟ ପ୍ରକାଶ କରାଯିବ । ତେବେ ଯେଉଁ ଛାତ୍ରଛାତ୍ରୀ ସେମାନଙ୍କ ମୂଲ୍ୟାୟନରେ ଅସନ୍ତୁଷ୍ଟ ହେବେ, ସେମାନେ ପରୀକ୍ଷା ଦେଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କରୋନା ସ୍ଥିତି ସୁଧୁରିବା ପରେ ସେମାନେ ପରୀକ୍ଷା ଦେଇପାରିବେ । ପରିସ୍ଥିତିକୁ ଦେଖି କେବେ ପରୀକ୍ଷା କରାଯିବ, ତାହା ସିଏଚ୍‌ସ୍‌ଇ କର୍ତ୍ତୃପକ୍ଷ ସ୍ଥିର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking