28.9 C
Bhubaneswar
Sunday, May 5, 2024
Homeଓଡିଶାନୂଆ ସ୍କୁଟି ପାଇଁ ରେଳ ଧାରଣାରେ ଯୁବତୀ

ନୂଆ ସ୍କୁଟି ପାଇଁ ରେଳ ଧାରଣାରେ ଯୁବତୀ

ଭଦ୍ରକ : ନୂଆ ସ୍କୁଟି ପାଇଁ ରେଳ ଧାରଣାରେ ଯୁବତୀ । ନୂଆ ସ୍କୁଟି ପାଇଁ ରେଳ ଧାରଣାରେ ଯୁବତୀ ଜଣଙ୍କ ପ୍ରାୟ ୧୫ ଘଣ୍ଟାରୁ ଅଧିକ ସମୟ ହେଲାଣି ବସି ରହିଛନ୍ତି । ରାତି ତମାମ ଶୀତ କାକରରେ ଏମିତି ବସି ରହିଛନ୍ତି ଯୁବତୀ । ଆଖପାଖରେ ବେଶ୍ କିଛି ଲୋକ ମଧ୍ୟ ଜମା ହୋଇଛନ୍ତି । କଥାଟା ଶୁଣିଲେ ଏହି ଯୁବତୀଙ୍କ ଭଳି ଆପଣଙ୍କ ରାଗ ବି ପୁରା ପଞ୍ଚମ ହୋଇଯିବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ମାଣିକପୁର ରେଳଷ୍ଟେସନରେ । ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ହେଉଛନ୍ତି ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ । ଯାହାଙ୍କ ନା କୁନମୁନ୍ ବରାଳ । ତେବେ କିସ୍ତି ଟଙ୍କା ଆଦାୟ ପାଇଁ ସେ ଗତକାଲି ମାଣିକପୁରକୁ ଆସିଥିଲେ । ରେଳ ଧାରଣା ସାଇଡରେ ନିଜର ସ୍କୁଟି ପାର୍କିଙ୍ଗ କରିଥିଲେ । ହେଲେ ଏକ ହାଇୱା ଗାଡି ଆସି ତାଙ୍କ ସ୍କୁଟି ଉପରେ ହଠାତ୍ ଚଢି ଯାଇଥିଲା । ଯାହାଫଳରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଭଗବାନଙ୍କୁ କ୍ରୁପାରୁ କୁନମୁନ୍ ସ୍କୁଟି ଉପରେ ନଥିଲେ । ନହେଲେ ଯାହା ଘଟିଥାନ୍ତା ତାହା ସମସ୍ତଙ୍କୁ ଜଣା । ତେବେ ନିଜ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଦେଖି କୁନମୁନ୍ ହାଇୱା ଗାଡି ମାଲିକ ଏକ ନୂଆ ଗାଡି ଦେବାକୁ ଦାବି କରିଛନ୍ତି । ଗାଡିଟି ମରାମତି କଲେ କଣ ଲାଭ, ଯଦି ପୁଣି କିଛି ଡିଫେକ୍ଟ ଦେଖେଇବ ସେ କଣ ହାଇୱା ଗାଡି ମାଲିକକୁ କହିବେ ପୁଣି ସଜାଡିବାକୁ ଏଭଳି ଯୁକ୍ତି ରଖିଛନ୍ତି । ତାଙ୍କୁ ଯାହା ହେଲେବି ନୂଆ ଗାଡି ଦେବାକୁ ସେ ଅଡି ବସିଛନ୍ତି । ଅନ୍ୟପଟେ ହାଇୱା ଚାଳକ ଘଟଣାପରେ ଗାଡି ଛାଡି ଫେରାର । ଏପଟେ ପୋଲିସ ପହଞ୍ଚିଥିଲେ ବି କିଛି ସମାଧାନ ହୋଇପାରିନଥିବାବେଳେ ଯୁବତୀ ଜଣଙ୍କ ଆଜି ସକାଳୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତେବେ ଏଦିଗରେ ପୋଲିସ ହାଇୱା ଗାଡି ମାଲିକଙ୍କ ସହ ଯୋଗାଯୋଗ କରି ଶୀଘ୍ର ସମାଧାନ ନେଇ ଚେଷ୍ଟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking