36.1 C
Bhubaneswar
Saturday, May 18, 2024
Homeକରୋନାଟିକା ନାହିଁ ତ ଚାକିରି ନାହିଁ’, କର୍ମଚାରୀଙ୍କ ପାଇଁ ଏଭଳି ନିୟମ ଲାଗୁ କଲା ଏହି...

ଟିକା ନାହିଁ ତ ଚାକିରି ନାହିଁ’, କର୍ମଚାରୀଙ୍କ ପାଇଁ ଏଭଳି ନିୟମ ଲାଗୁ କଲା ଏହି କମ୍ପାନୀ….

ୱାଶିଂଟନ୍ : କରୋନା ମହାମାରୀ ଏବେ ଭୀଷଣ ଭାବେ କାୟା ବିସ୍ତାର କରୁଥିଲେ ମଧ୍ୟ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି । ଲୋକଙ୍କର ଏଭଳି ମନୋଭାବକୁ ଦୃଷ୍ଟିରେ ରଖି ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ନୂଆ ପଲିସି ବନାଇଛି । ଏହି ପଲିସି ଅନୁସାରେ, ଯେଉଁ କର୍ମଚାରୀ କରୋନା ଟିକା ନେବେ ନାହିଁ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ । ବ୍ୟାଙ୍କିଂ ସେକ୍ଟରରେ କାମ କରୁଥିବା ସିଟିଗ୍ରୁପ୍ ଆଇଏନ୍‌ସି ନିଜ କର୍ମଚାରୀଙ୍କ ପାଇଁ ଟିକା ନାହିଁ ତ ଚାକିରି ନାହିଁ ପଲିସି ଲାଗୁ କରିଛି । ସିଟି ଗ୍ରୁପ୍‌ର ଯେଉଁ କର୍ମଚାରୀ ୧୪ ଜାନୁଆରୀ ମଧ୍ୟରେ ଟିକା ନେବେ ନାହିଁ, କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରି ଦେବ । ସିଟି ଗ୍ରୁପ୍ ଗତବର୍ଷ ଏହି ପଲିସି ଲାଗୁ କରିବା ନେଇ ଘୋଷଣା କରିଥିଲା । କମ୍ପାନୀ ଅକ୍ଟୋବରରେ କହିଥିଲା, ଆମେରିକାରେ ତାଙ୍କ କମ୍ପାନୀରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ କରୋନା ଟିକା ନେବା ଅନିବାର୍ଯ୍ୟ । ଏହା ତାଙ୍କ ଚାକିରିର ସର୍ତ୍ତଗୁଡ଼ିକ ମଧ୍ୟରୁ ଗୋଟିଏ । ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ କମ୍ପାନୀ ଅନ୍ୟ ଦେଶରେ ଏହି ପଲିସି ଲାଗୁ କରିବ କି ନାହିଁ । କରୋନା ମହାମାରୀ ମଧ୍ୟରେ ଏବେ ପୁଣିଥରେ ଅଫିସ ଖୋଲିବା ପାଇଁ ତଥା କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଅଫିସକୁ ଆଣିବା ଲାଗି କମ୍ପାନୀ କେତେକ ଉପାୟ ଆପଣାଉଛି । ବର୍ତ୍ତମାନ ସମୟରେ କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍‌’ର ସଂକ୍ରମଣ ବଢ଼ୁଛି । ଏହାର ସଂକ୍ରମଣ ହାର ବି ଅଧିକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking