33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଗେହଲଟ୍‌ଙ୍କ ବଡ଼ ଦାବି; ରାମ ମନ୍ଦିର ୟୁପିଏ ସରକାର ବି ନିର୍ମାଣ କରିଥାନ୍ତା

ଗେହଲଟ୍‌ଙ୍କ ବଡ଼ ଦାବି; ରାମ ମନ୍ଦିର ୟୁପିଏ ସରକାର ବି ନିର୍ମାଣ କରିଥାନ୍ତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି । ଏହିକ୍ରମେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି ଏକ ବଡ଼ ଦୃଢ଼ୋକ୍ତି କରିଛନ୍ତି । ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ବିଜେପି ଯେଉଁ ବାହାବାହା ନେବାକୁ ଚେଷ୍ଟା କରୁଛି ତାହା ବିଜେପିର ନିଜସ୍ୱ ପରିଶ୍ରମ ନୁହେଁ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାର ସମସ୍ତ ବିଧିବଦ୍ଧ କାର୍ଯ୍ୟକ୍ରମ କଂଗ୍ରେସ ସରକାର ସମୟରୁ ହିଁ ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ରାମ ମନ୍ଦିର ନିର୍ମାଣ ପାଇଁ ସବୁକିଛି ସ୍ପଷ୍ଟ ହୋଇଥିଲା । ସୁତରାଂ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ତଥା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମସବୁକୁ କରିଥାନ୍ତା । ଏଥିରେ ବିଜେପିର କୌଣସି ବାହାଦୁରି ନାହିଁ । ସେହିପରି ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ମତବ୍ୟକ୍ତ କରି ଗେହଲଟ୍ କହିଛନ୍ତି, ରାଜସ୍ଥାନରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିବ ।
କଂଗ୍ରେସର ଏହି ବରିଷ୍ଠ ନେତା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ବିଜେପି ୪୦୦ ପାର ହେବା କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛି । ବିଜେପି ୨୦୦ ଆସନ ଜିତିବା ମଧ୍ୟ କଷ୍ଟକର । କେବଳ ସେହି ଭୟରେ ହିଁ ବିଜେପି ଇଡି ଓ ସିବିଆଇର ଅପବ୍ୟବହାର କରି ମିଥ୍ୟା ଅଭିଯୋଗରେ ଛନ୍ଦି ବିପକ୍ଷ ଦଳର ନେତାମାନଙ୍କୁ ଜେଲ୍‌ରେ ଭର୍ତ୍ତି କରିବାକୁ ଉଦ୍ୟମ କରୁଛନ୍ତି । ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, ଇଲେକ୍ଟୋରାଲ ବଣ୍ଡକୁ ନେଇ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସଫେଇ ଦେଇବାକୁ ଯାଇ ଏହାକୁ ଏକ ସକ୍‌ସେସ୍ ଷ୍ଟୋରୀ ବୋଲି ଅଭିହିତ କରୁଛନ୍ତି । କିନ୍ତୁ ଇଲେକ୍ଟୋରାଲ ବଣ୍ଡକୁ ସୁପ୍ରିମକୋର୍ଟ ଭୁଲ୍ ଘୋଷଣା କରିସାରିଥିବାରୁ ମୋଦୀଙ୍କ ସବୁ ସଫେଇ ବୃଥା ଉଦ୍ୟମ ବୋଲି ପ୍ରମାଣିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking