27.1 C
Bhubaneswar
Wednesday, May 8, 2024
Homeଓଡିଶାଦ୍ୱିତୀୟ ଡୋଜ୍ ଟିକା ପାଇଁ ମେଡିକାଲରେ ହୋହାଲା, ୩ ଘଣ୍ଟା ବିଳମ୍ବ

ଦ୍ୱିତୀୟ ଡୋଜ୍ ଟିକା ପାଇଁ ମେଡିକାଲରେ ହୋହାଲା, ୩ ଘଣ୍ଟା ବିଳମ୍ବ

ଗଞ୍ଜାମ : ଦ୍ୱିତୀୟ ଡୋଜ ଟିକା ନମିଳିବାକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଦୀର୍ଘ ୩ ଘଣ୍ଟା ଧରି ହୋହାଲ୍ଲା ଲାଗିରହିଥିବାବେଳେ ପୁଲିସ ପହଞ୍ଚି ପରିସ୍ଥିତିକୁ ସ୍ୱାଭାବିକ କରିଥିଲା । ସୂଚନା ଅନୁଯାୟୀ, ଦ୍ୱିତୀୟ ଡୋଜ ପାଇଁ ଟିକା ଆସିପାରିନଥିବାରୁ ବୁଧବାର ଦ୍ୱିତୀୟ ଡୋଜ୍ ଟିକାକରଣ ବନ୍ଦ ରହିଥିଲା । ତେବେ ଏଥିପାଇଁ କୌଣସି ସୂଚନା ସାଧାରଣ ଲୋକଙ୍କୁ ଦିଆଯାଇନଥିବାରୁ ଲୋକମାନେ ସକାଳୁ ସକାଳୁ ଦ୍ୱିତୀୟ ଡୋଜ ଟିକା ପାଇଁ ଲମ୍ବା ଲାଇନ୍ ଲଗାଇଥିଲେ । ବହୁ ସମୟ ପ୍ରତୀକ୍ଷା କରିବାପରେ କେବଳ ପ୍ରଥମ ଡୋଜ ଟିକା ଦିଆଯିବ ଓ ଦ୍ୱିତୀୟ ଡୋଜ ଟିକା ବୁଧବାର ମିଳିବ ନାହିଁବୋଲି ଟିକାଦାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ଆଉ ଏହାପରେ ଅପେକ୍ଷାରତ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା । କାହିଁକି ଏ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇନାହିଁ ବୋଲି ଏମାନେ ଯୁକ୍ତିତର୍କ କରିବାସହ ବହୁ ବୟସ୍କ ମହିଳା ଟିକାଦାନ କେନ୍ଦ୍ର ଆଗରେ ରୁଣ୍ଡ ହୋଇ ପ୍ରଥମ ଡୋଜ ଟିକା ନେବାକୁ ଆସିଥିବା ଲୋକଙ୍କୁ ମଧ୍ୟ ବାରଣ କରିଥିଲେ । ଫଳରେ ଏହାକୁ ନେଇ ଏକପ୍ରକାର ଅପ୍ରୀତିକର ସ୍ଥିତି ଉତ୍ପନ୍ନ ହୋଇଥିଲା । ଦୀର୍ଘ ୩ ଘଣ୍ଟା କାଳ ଏଭଳି ଅସ୍ୱାଭାବିକ ସ୍ଥିତି ଲାଗିରହିବା ପରେ ଶେଷରେ ମେଡିକାଲ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ଥାନା ଷ୍ଟାପ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହାପରେ ପ୍ରଥମ ଡୋଜ୍ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking