30.1 C
Bhubaneswar
Sunday, May 5, 2024
Homeଓଡିଶାଖଲ୍ଲିକୋଟ ମେଡିକାଲରେ ଅଭାବନୀୟ ଦୃଶ୍ୟ, ସ୍ୱାମୀଙ୍କ ଶବ ବୋହିନେଲେ ସ୍ତ୍ରୀ

ଖଲ୍ଲିକୋଟ ମେଡିକାଲରେ ଅଭାବନୀୟ ଦୃଶ୍ୟ, ସ୍ୱାମୀଙ୍କ ଶବ ବୋହିନେଲେ ସ୍ତ୍ରୀ

ଗଞ୍ଜାମ: ଖଲ୍ଲିକୋଟ ମେଡିକାଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ୱାମୀଙ୍କ ମୃତ୍ୟୁ ପରେ ଶବକୁ ସ୍ତ୍ରୀ ସହ ତିନି ଜଣ ମହିଳା ମେଡିକାଲରୁ ବୋହିି ନେଇ ଆମ୍ବୁଲାନ୍ସରେ ରଖିବା ଦୃଶ୍ୟ ଥିଲା ଅତ୍ୟନ୍ତ ଦୁଃଖ ଦାୟକ । ସମସ୍ତେ ଚାହିଁ ରହିଥିଲେ, କିନ୍ତୁ ସହାୟତା ପାଇଁ କେହି ଯାଇନଥିଲେ । ବହୁ କଷ୍ଟରେ ତିନି ଜଣ ମହିଳା ଶବକୁ ମେଡିକାଲ ବାରଣ୍ଡାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ସୂଚନା ଅନୁଯାୟୀ ଛତ୍ରଗଡ଼ ଗ୍ରାମର ସତ୍ୟବାନ ବାଡ଼ତିଆ କିଛିଦିନ ହେଲା ନାଭାଲ ଛକରେ ଏକ ଭଡ଼ାଘରେ ସ୍ତ୍ରୀଙ୍କ ରହି ଆସୁଥିଲେ । ଆଜି ସକାଳେ ସତ୍ୟବାନ ଘରୁ ବାହାରିବା ସମୟରେ ପାହାଚରେ ଗୋଡ଼ ଖସି ପଡ଼ିଯାଇଥିଲେ । ତାଙ୍କୁ ଏକ ଅଟୋରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ବୃଦ୍ଧ ସତ୍ୟବାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ମୃତ ସତ୍ୟବାନଙ୍କ ପାଖରେ ସ୍ତ୍ରୀଙ୍କ ଛଡ଼ା ଆଉ କେହି ନଥିବା ବେଳେ ଶବଦାହ ପାଇଁ ଚିନ୍ତାରେ ପଡ଼ିଯାଇଥିଲେ ସତ୍ୟବାନଙ୍କ ସ୍ତ୍ରୀ । ସେପଟେ ଖବର ପାଇ ସିଦ୍ଧାପଲ୍ଲୀ ଗ୍ରାମରେ ଥିବା ସମ୍ପର୍କୀୟ ଦୁଇଜଣ ମହିଳା ମେଡ଼ିକାଲରେ ପହଞ୍ଚି ଶବକୁ ଏକ ଆମ୍ବୁଲାନ୍ସ ଯୋଗେ ସିଦ୍ଧାପଲ୍ଲୀ ଗ୍ରାମକୁ ନେଇଥିଲେ । ସେଠାରେ ବୃଦ୍ଧଙ୍କ ଶବ ସତ୍କାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking