30.1 C
Bhubaneswar
Sunday, May 19, 2024
Homeଓଡିଶାଏଣିକି ପରିବାର ଲୋକେ କୋଭିଡ୍ ମୃତକଙ୍କ ଶବ ସଂସ୍କାର ପାଇଁ ନେଇପାରିବେ

ଏଣିକି ପରିବାର ଲୋକେ କୋଭିଡ୍ ମୃତକଙ୍କ ଶବ ସଂସ୍କାର ପାଇଁ ନେଇପାରିବେ

ଭୁବନେଶ୍ୱର : ଏଣିକି ପରିବାର ଲୋକେ ଚାହିଁଲେ କୋଭିଡ୍ ମୃତକଙ୍କ ଶବ ସଂସ୍କାର ପାଇଁ ନିଜ ପାଖକୁ ନେଇପାରିବେ । ହେଲେ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ପୂର୍ବରୁ କୋଭିଡ୍ ରୋଗରୁ ମୁକ୍ତ ହୋଇଥିବା ଆବଶ୍ୟକ । ଏମିତି ବହୁ ଆକ୍ରାନ୍ତ ଅଛନ୍ତି, ଯେଉଁମାନେ କି କୋଭିଡ୍‌ରୁ ସୁସ୍ଥ ହେଲା ପରେ ବି ଅନ୍ୟ ରୋଗ ପାଇଁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରୁଛନ୍ତି । ସେହି ମୃତକଙ୍କୁ କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ରାଜ୍ୟ ସରକାର ପକ୍ଷରୁ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ସତ୍କାର କରୁଥିଲେ । ହେଲେ ଏବେ ଆଉ ସେମିତି ହେବ ନାହିଁ । ଯଦି ମୃତକଙ୍କ ପରିବାର ଲୋକେ ଚାହିଁବେ, ତାହେଲେ ରାଜ୍ୟ ସରକାର ଶବକୁ ହସ୍ତାନ୍ତର କରିପାରିବେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଳାପାଳ, ମେଡିକାଲ କଲେଜ ଅଧୀକ୍ଷକ, ମହାନଗର ନିଗମ କମିଶନର, ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ ଚିଠି ଲେଖି କହିଛନ୍ତି ଯେ କୋଭିଡ୍ ଚିକିତ୍ସା ସମୟରେ ଯଦି କୌଣସି ରୋଗୀଙ୍କ ମୃତ୍ୟୁ ହୁଏ ଓ ମୃତକଙ୍କ କୋଭିଡ୍ ରିପୋର୍ଟ ନେଭେଟିଭ୍ ଆସେ। ପରିବାର ଲୋକେ ମୃତକଙ୍କୁ ନେବାକୁ ଦାବି କରନ୍ତି, ତାହେଲେ ସେପରି କ୍ଷେତ୍ରରେ କୋଭିଡ୍ ପ୍ରୋଟୋକଲ ନିୟମ ଅନୁଯାୟୀ ଶରୀରକୁ ହସ୍ପିଟାଲ କର୍ତ୍ତୃପକ୍ଷ ପୁରା ସିଲ ଓ ସାନିଟାଇଜି କରି ପ୍ରଦାନ କରିପାରିବେ । ଶରୀର ହସ୍ତାନ୍ତରଠାରୁ ଶବ ସଂସ୍କାର ପର୍ଯ୍ୟନ୍ତ କାର୍ଯ୍ୟ କୋଭିଡ୍ ନିୟମ ଅନୁଯାୟୀ ପାଳନ କରାଯିବ । ଶବ ନେଲା ବେଳେ ପରିବାର ଲୋକଙ୍କ ପକ୍ଷରୁ ଏକ ଅଣ୍ଡରଟେକିଂ କରିବାକୁ ହେବ । ଶବକୁ ପରିବାର ଲୋକ ଛୁଇଁବେ ନାହିଁ କି ସିଲ ଖୋଲିବେ ନାହିଁ । କେବଳ କୋଭିଡ୍ ନିୟମ ମାନି ଶବ ସଂସ୍କାର କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking