30.1 C
Bhubaneswar
Saturday, April 27, 2024
Homeଓଡିଶାଆଜିଠୁ ଗଞ୍ଜାମରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଆଜିଠୁ ଗଞ୍ଜାମରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲାରେ ପୁଣି ଆଜି ଠାରୁ ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ । ମୋ ନିବେଦନ ପ୍ଲାଟଫର୍ମରେ ଜ଼ିଲ୍ଲାପାଳ ଅନ୍‌ଲାଇନରେ ଭିଡିଓ କନଫ୍ରେନ୍ସ ଜରିଆରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ପାଇଁ ସମ୍ପୃକ୍ତ ବ୍ଲକ ସହ ଯୋଡି ହେବେ । ଏହି ପାଇଲଟ କାର୍ଯ୍ୟକ୍ରମ ଭାବେ ସୋମବାର ପୂର୍ବାହ୍ନ ସାଢେ ୧୦ ଟାରେ ଜ଼ିଲ୍ଲାପାଳ ରଙ୍ଗେଈଲୁଣ୍ଡା ବ୍ଲକର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ପାଇଁ ଭିସିରେ ଯୋଡି ହେବେ । ଜନସାଧାରଣ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଭିସି ଜରିଆରେ ଜ଼ିଲ୍ଲାପାଳଙ୍କୁ ଜଣାଇପାରିବେ । ବିଭିନ୍ନ ବିଭାଗୀୟ ଅଧିକାରୀ ଉତ୍ତର ଦେବେ । ଏହି ୯୪୩୭୫୬୩୮୦୦ନମ୍ବରରେ ଜନସାଧାରଣ ଅଭିଯୋଗ ଜଣାଇପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking