30.1 C
Bhubaneswar
Monday, May 6, 2024
Homeଓଡିଶାମାଟି ଅତଡ଼ା ଖସି ଚାଲିଗଲା ୨ ଜୀବନ

ମାଟି ଅତଡ଼ା ଖସି ଚାଲିଗଲା ୨ ଜୀବନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଅଘଟଣ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୪ ଜଣ ଶ୍ରମିକ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ୪ଜଣ ଶ୍ରମିକଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଶ୍ରମିକଙ୍କ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଛି। ୨ ମୃତକ ହେଲେ ଯମୁନା ନାୟକ ଓ ବର୍ଷା ନାୟକ। ସୁରକ୍ଷା ପାଚେରୀ ନିର୍ମାଣ ଚାଲୁଥିବା ବେଳେ ଗୋଟିଏ ପଟକୁ ମାଟି ଦବି ଯାଇଥିଲା। ଫଳରେ ମାଟି ଅତଡା ଧସିଯିବା ପରେ ଶ୍ରମିକ ମାଟି ଭିତରେ ରହିଯାଇଥିଲେ। ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଜେସିବି ମେସିନ୍ ସହାୟତାରେ ମାଟି ଖୋଳି ପୋତି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking