39.1 C
Bhubaneswar
Wednesday, April 24, 2024
Homeଅପରାଧଦେବଗଡ଼ ପୋଲିସକୁ ବଡ଼ ସଫଳତା : ସିରିଜ ଚୋରୀ ଓ ଲୁଟ ମାମଲାରେ ୩ ଅଭିଯୁକ୍ତ...

ଦେବଗଡ଼ ପୋଲିସକୁ ବଡ଼ ସଫଳତା : ସିରିଜ ଚୋରୀ ଓ ଲୁଟ ମାମଲାରେ ୩ ଅଭିଯୁକ୍ତ ଗିରଫ

ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ଓ କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଲଗାତାର ଚୋରୀ ଓ ଲୁଟ କରି ସାଧୁ ବେଶରେ ଆଶ୍ରମ କରି ଲୁଟ ସାମଗ୍ରୀ ଠୁଳ କରୁଥିବା ମାଷ୍ଟର ମାଇଣ୍ଡ ସମେତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି l ସୂଚନା ଅନୁଯାୟୀ, ଗତ କିଛିଦିନ ଧରି କୁଣ୍ଢେଇଗୋଳା ଓ ରିଆମାଳ ଥାନାଞ୍ଚଳ ରୁ ଲଗାତାର ଚୋରୀ ଓ ଲୁଟ ଘଟଣା ଘଟି ଚାଲିଥିବା ବେଳେ ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା l ରିଆମାଳ ଥାନାଞ୍ଚଳରୁ ୩ ଏବଂ କୁଣ୍ଢେଇଗୋଳା ଥାନାଞ୍ଚଳ ରୁ ୫ଟି ଚୋରୀ ଓ ଲୁଟ ଘଟଣାର ମୁଳ ଖୋଜିବା ପାଇଁ ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ କୁଣ୍ଢେଇଗୋଳା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଏକ ସ୍ୱତନ୍ତ୍ର ଦଳ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲେ l ଅନୁସନ୍ଧାନ ବେଳେ ଏହି ଘଟଣାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନାଞ୍ଚଳ ର ରମେଶ ବଗର୍ତ୍ତୀ (27), ଦେବଗଡ଼ ଥାନାଞ୍ଚଳ ଅନ୍ତର୍ଗତ ଭିତିରିଆ ସାହି ର ଲିକୁନ ସାହୁ (27), କୁଣ୍ଢେଇଗୋଳା ଥାନାଞ୍ଚଳ ଅନ୍ତର୍ଗତ ଗରିଆପାଲି ଗ୍ରାମର ରଞ୍ଜନ ନାଏକ ଓ ଅନଗୁଳ ଜିଲ୍ଲା ଏନଟିପିସି ଥାନାଞ୍ଚଳ ର ଭୀମକାଣ୍ଡ ଗ୍ରାମର ସୌଭାଗ୍ୟ ପ୍ରଧାନ ଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲେ l

ଯୋଜନା ମୁତାବକ ଏସ୍ଡିପିଓ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱ ରେ କୁଣ୍ଢେଇଗୋଳା ଥାନା ପୁଲିସ ଅନୁଗୁଳ ଜିଲ୍ଲା, ସମ୍ବଲପୁର ଜିଲ୍ଲା ଓ କୁଣ୍ଢେଇଗୋଳା ଥାନାଞ୍ଚଳ ର ଆଠ ଟି ସ୍ଥାନ ରେ ଏକ କାଳିନ ଚଢ଼ାଉ କରାଯାଇ ଥିବା ବେଳେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କାଉନ୍ସିପାଲ ଗ୍ରାମ ନିକଟସ୍ଥ ରାଇଝରଣ ଜଙ୍ଗଲରେ ଏକ ମଠ କରି ବାବା ବେଶରେ ଅଭିଯୁକ୍ତ ମାନେ ଲୁଟ ଓ ଚୋରୀ ସାମଗ୍ରୀ କୁ ଗଛିତ ରଖି ସୁବିଧା ଦେଖି ପଡୋଶୀ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ବିକ୍ରି କରୁଥିଲେ l ଗତକାଲି ରାତି ଆଠ ଟା ସମୟରୁ ଆଜି ସକାଳ ସାଢ଼େ ସାତ ଟା ଯାଏଁ ଦୀର୍ଘ ୧୨ ଘଣ୍ଟାର ଅପରେସନ ପରେ ପୁଲିସ ଦଳ ରାଇଝରଣ ଜଙ୍ଗଲ ରୁ କେଟିଏମ ସମେତ ଦୁଇଟି ବାଇକ,୧୦ ରୁ ଊର୍ଧ୍ଵ ମୋବାଇଲ ଫୋନ, ମ୍ୟୁଜିକ ସିଷ୍ଟମ, ପାଣି ପମ୍ପ,ଚୋରୀ ହୋଇଥିବା ବିଭିନ୍ନ ସାମଗ୍ରୀ ଓ ମାରଣାସ୍ତ୍ର ଉଦ୍ଧାର କରିଥିବା ଜଣା ପଡିଛି l ସେହିପରି ଚୋରୀ ସାମଗ୍ରୀ ନିଜ ପାଖରେ ରଖିଥିବା ଅଭିଯୋଗ ରେ ଅନଗୁଳ ଜିଲ୍ଲା ଏନଟିପିସି ଥାନାଞ୍ଚଳ ର ଦୀପନ ବେହେରା, ମଦନ ନାଏକ, କାଳିଆ ନାଏକ ଓ କଣିହାଁ ଥାନାଞ୍ଚଳ ର ପ୍ରଫୁଲ୍ଲ ପ୍ରଧାନ ଙ୍କୁ ପୁଲିସ ଗିରଫ କରିଥିବା ବେଳେ ଚୋରୀ ଓ ଲୁଟ ମାମଲା ର ଅନ୍ୟତମ ଅଭିଯୁକ୍ତ ଏନଟିପିସି ଥାନାଞ୍ଚଳର ସୌଭାଗ୍ୟ ପ୍ରଧାନ ଫେରାର ହୋଇଯାଇଛି l

ତେବେ ଗୋଟିଏ ତଦନ୍ତ ରେ ଆଠଟି ଚୋରୀ ଓ ଲୁଟ ମାମଲା ର ପର୍ଦାଫାଶ ହେବା ଦେବଗଡ଼ ପୁଲିସ ଜିଲ୍ଲା ରେ ପ୍ରଥମ ଘଟଣା ହୋଇଥିବା ବେଳେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଙ୍କ ନେତୃତ୍ୱ ଓ କୁଣ୍ଢେଇଗୋଳା ଥାନା ପୁଲିସ କର୍ମଚାରିଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଆଠଟି ମାମଲା ର ଚୋରୀ ସାମଗ୍ରୀ ଉଦ୍ଧାର କରାଯାଇଥିବା ଘଟଣା ସ୍ଥାନୀୟ ଅଂଚଳ ରେ ପୁଲିସ କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରା ଯାଇଛିl

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking