29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବେଦୀରେ ୬ ଘେରା ବୁଲିବା ପରେ ବିବାହ ଭାଙ୍ଗିଲା କନ୍ୟା, ତା’ପରେ....

ବେଦୀରେ ୬ ଘେରା ବୁଲିବା ପରେ ବିବାହ ଭାଙ୍ଗିଲା କନ୍ୟା, ତା’ପରେ….

ଲକ୍ଷ୍ନୌ : ବର୍ତ୍ତମାନ ଭାରତରେ ବିବାହ ଋତୁ ଚାଲିଛି । ଆଉ ଏଥିମଧ୍ୟରେ ବିଭିନ୍ନ ପ୍ରକାରର ଅଜବ କାରଣ ଯୋଗୁଁ ବିବାହ ଭାଙ୍ଗିଯାଉଥିବା ଦେଖିବାକୁ ମିଳୁଛି । ତେବେ ସେହିଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ । ଏଠାରେ କନ୍ୟା ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ବିବାହ ବେଦୀରେ ୬ ଘେରା ବୁଲିବା ପରେ ବିବାହ ଭାଙ୍ଗି ଦେଇଛି। ଏହାର କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ, ମହୋବା ଜିଲ୍ଲାରେ କୁଳପାହାଡ ଅନ୍ତର୍ଗତ ଏକ ଗାଁରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ଦେବୀରେ ୬ ଘେରା ବୁଲିବାପରେ କନ୍ୟା ନିଜଆଡୁ ବିବାହକୁ ଭାଙ୍ଗି ଦେଲା । ଏହି ସମୟରେ ସାଙ୍ଗମାନେ ଏବଂ ପରିଜନ ଅନେକ ବୁଝାଇବା ପରେ ବି କନ୍ୟା ମାନିବାକୁ ନାରାଜ । ତେବେ ବିବାହ ଭାଙ୍ଗିବାର କାରଣ ପଚାରିବାକୁ ସେ କହିଥିଲା ଯେ, ବର ତାକୁ ପସନ୍ଦ ଆସିନଥିଲା ।

ବର୍ତ୍ତମାନ ଏହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଯାଇଛି । ଏହି ମାମଲା ଏତେ ଗମ୍ଭୀର ହୋଇଗଲା ଯେ, ଗାଁର ପଞ୍ଚାୟତକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା । ତେବେ ଏନେଇ ବରର ବାପା କହିଛନ୍ତି ଯେ, ଯଦି ବିବାହରେ ରାଜି ନଥିଲେ ତେବେ କାହିଁକି ବରଡମାଳ ପିନ୍ଧାଇବା ପର୍ଯ୍ୟନ୍ତ ସବୁକିଛି ବିଧି ପୂରଣ କରୁଥିଲେ ? ତେବେ ଏହି ବିବାହରେ ପ୍ରଥମରୁ କନ୍ୟା ସବୁକିଛି ବିଧି ବିଧାନକୁ ପାଳନ କରିଥିଲା । କିନ୍ତୁ ବେଦୀରେ ୬ ଘେରା ବୁଲିବା ସମୟରେ ହିଁ ବିବାହ କରିବାକୁ ମନା କରିଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking