39.1 C
Bhubaneswar
Friday, April 26, 2024
Homeଓଡିଶାଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜିବା ପାଇଁ କଟକ ସହର ସୀମା ସିଲ୍

ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜିବା ପାଇଁ କଟକ ସହର ସୀମା ସିଲ୍

କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀର ଏବେବି କୌଣସି ପତ୍ତା ମିଳିପାରି ନାହିଁ। କାଲି ସନ୍ଧ୍ୟାରୁ ହାଇଦର ନିଖୋଜ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଧରାପଡ଼ି ନାହିଁ। ହାଇଦରକୁ ଖୋଜିବା ପାଇଁ ଏକାଧିକ ସ୍ପେଶାଲ ସ୍କ୍ୱାଡ୍ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହେବାସହ କଟକ ସହର ସୀମା ସିଲ୍ କରାଯାଇଛି। ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୋଲିସକୁ ମଧ୍ୟ ଆଲର୍ଟ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ହାଇଦରକୁ ଧରିବାରେ ସକ୍ଷମ ହୋଇପାରିନି ପୋଲିସ୍‌।

ଗତକାଲି କଟକ ଡିସିପି ପ୍ରତୀକ ସିଂଙ୍କ କାର୍ଯ୍ୟାଳୟରେ କମିଶନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ହାର୍ଡକୋର କ୍ରିମିନାଲ୍‌ ହାଇଦର ଖୁବ୍‌ଶୀଘ୍ର ପୋଲିସ୍‌ ଧରାପଡ଼ିବ ବୋଲି ପୋଲିସ କମିଶନର ଆଶା ରଖିଛନ୍ତି। ହାଇଦରକୁ ଧରିବା ପାଇଁ ପୋଲିସର ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ଏଥିରେ କଟକ ଡିସିପିଙ୍କ ସମେତ କେନ୍ଦ୍ରାପଡ଼ା ଓ ଯାଜପୁର ଏସ୍‌ପି ସାମିଲ ହୋଇଛନ୍ତି। ଏହାସହ ଏକାଧିକ ସ୍ପେଶାଲ ସ୍କ୍ୱାଡ୍‌ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି।

ହାଇଦରକୁ ଖୋଜିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ରେଲ୍‌ୱେ ଷ୍ଟେସନ, ବିମାନବନ୍ଦର, ବସ୍‌ଷ୍ଟାଣ୍ଡ‌ ଉପରେ ନଜର ରଖାଯାଇଛି। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଆଲର୍ଟ କରାଯିବା ସହ ବାଲେଶ୍ୱର, ମୟୂରଭଞ୍ଜ ଏସ୍‌ପିଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛୁ। ହାଇଧରକୁ ଧରିବାରେ ନିଶ୍ଚିତ ସଫଳ ହେବୁ। ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ କଟକ ବଡ଼ ମେଡିକାଲରୁ ଫେରାର ହୋଇଯିବା ପରେ ହାଇଆଲର୍ଟରେ କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କଡା ଚେକିଂ ଚାଲିଛି। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ଉଭୟ ପଟରୁ ଆସୁଥିବା ଗାଡ଼ି ଗୁଡିକୁ ପୋଲିସ ଅଟକାଇ ଯାଞ୍ଚ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking