28.1 C
Bhubaneswar
Thursday, March 28, 2024
Homeଓଡିଶାଚଉଦ ଦିନିଆ ମାସ୍କ ଅଭିଯାନ, ନବୀନଙ୍କୁ ହୁ’ର ପ୍ରଶଂସା

ଚଉଦ ଦିନିଆ ମାସ୍କ ଅଭିଯାନ, ନବୀନଙ୍କୁ ହୁ’ର ପ୍ରଶଂସା

ଭୁବନେଶ୍ୱର : ବିନା ମାସ୍କରେ ପଦାକୁ ବାହାରନ୍ତୁ ନାହିଁ । ମାସ୍କ ହିଁ କବଚ । ୧୪ ଦିନିଆ ମାସ୍କ ଅଭିଯାନକୁ ସଫଳ କରନ୍ତୁ । ଘରେ ମା’ମାନେ ପରିବାରର ଲୋକଙ୍କୁ ଜଗନ୍ତୁ । ସରକାର ବାହାରେ ଜଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିଯାନକୁ ଡବ୍ଲ୍ୟୁଏଚ୍‌ଓ (ହୁ) ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଶନିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡ଼ିଶା ଟିମ୍ ଲିଡର ଡକ୍ଟର ନିହାର ରାୟ ଏହି ସୂଚନା ଦେଇଛନ୍ତି । ଶ୍ରୀ ରାୟ କହିଥିଲେ, ଏବେ କରୋନା ମହାମାରୀର ଦ୍ୱିତୀୟ ଲହରୀ ବ୍ୟାପୀ ଚାଲିଛି । ଏହି ଦ୍ୱିତୀୟ ପ୍ରବାହକୁ ବିନା ଲକ୍‌ଡାଉନରେ ହରାଇବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଶୁକ୍ରବାର ଆହ୍ୱାନ ଦେଇଥିଲେ । ତାହା ସଠିକ୍ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କହିଥିଲେ, ଅନ୍ୟ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି ।

ଦେଶର ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ କରାଯାଉଛି । ଆମେ କଟକଣା ମାନି ଚାଲିଲେ ଏସବୁର ଆବଶ୍ୟକତା ନାହିଁ । ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା ଦରକାର । ଏହା ହେଲେ କରୋନାକୁ ଜିତି ପାରିବା । ବେକରେ ଝୁଲେଇ କି ନୁହେଁ, ମାସ୍କକୁ ଠିକ୍ ଭାବେ ନାକକୁ ଘୋଡେଇ ପିନ୍ଧିବା । ମାସ୍କ ପିନ୍ଧିବା ଦ୍ୱାରା ଆମେ ଲକ୍‌ଡାଉନ୍ ପରିସ୍ଥିତିକୁ ଏଡ଼ାଇ ପାରିବା । ନିୟମିତ ହାତ ଧୋଇବା ସହ କୋଭିଡ୍ କଟକଣାକୁ ମାନି ସାମାଜିକ ଦୂରତା ବଜାୟ ରଖିବା । ତାହାଲେ ଲକ୍‌ଡାଉନର ଆବଶ୍ୟକତା ପଡ଼ିବ ନାହିଁ। କରୋନାକୁ ମୁକାବିଲା ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କରୋନାକୁ ଚେକ ଦେବାକୁ ହେଲେ ୧୪ ଦିନିଆ ମାସ୍କ ଅଭିଯାନ ଜରୁରୀ ବୋଲି ହୁ’ ଓଡ଼ିଶା ଟିମ୍ ଲିଡର ଡକ୍ଟର ରାୟ ମତ ରଖିଥିଲେ ।

ଅନ୍ୟପକ୍ଷରେ ଶନିବାର ଠାରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟରେ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ ହୋଇଛି । ମାସ୍କ ଅଭିଯାନର ମୁଖ୍ୟ ସୂତ୍ରଧର ସାଜିଛନ୍ତି ମା’ମାନେ । ମା’ମାନେ ଘରେ ଜଗିଛନ୍ତି, ସରକାର ବାହାରେ ଜଗିଛନ୍ତି । ତେଣୁ ମା’ମାନେ କଠୋର ହେଲେ କରୋନା କେବେବି କାହାରି ଘର ଭିତରକୁ ପ୍ରବେଶ କରିସିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ମାସ୍କ ଅଭିଯାନ ଯୋଗୁଁ ଦ୍ୱିତୀୟ ଲହରୀରେ ରୋକ୍ ଲାଗିବ ନିଶ୍ଚୟ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି ବୋଲି ଡ. ରାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking