29.1 C
Bhubaneswar
Monday, May 6, 2024
Homeଅପରାଧବୟଫ୍ରେଣ୍ଡ ସାମନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ; ବାହାରକୁ ବୁଲି ଯାଇଥିବା ବେଳେ ଆକ୍ରମଣ

ବୟଫ୍ରେଣ୍ଡ ସାମନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ; ବାହାରକୁ ବୁଲି ଯାଇଥିବା ବେଳେ ଆକ୍ରମଣ

ଚେନ୍ନାଇ: ସାରା ଦେଶରେ ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାମଧ୍ୟରେ ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ । ତେବେ ବୟଫ୍ରେଣ୍ଡଙ୍କ ସହ ବାହାରକୁ ବୁଲି ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି ।

ସୂଚନା ଅନୁସାରେ, କାଞ୍ଚିପୁରମ ଜିଲ୍ଲାରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ବାହାରକୁ ଯାଇଥିଲେ । ତେବେ ଶୂନଶାନ ସ୍ଥାନରେ ଉଭୟଙ୍କୁ ଦେଖି ହଠାତ ଆକ୍ରମଣ କରିଥିଲେ ୨ ଜଣ ମାସ୍କ ପିନ୍ଧା ମଦ୍ୟପ । ଆକ୍ରମଣରେ ଯୁବକଙ୍କୁ ଅକ୍ତିଆର କରୁଥିବା ବେଳେ ମଦ୍ୟପଙ୍କୁ ସହଯୋଗ କରିବା ପାଇଁ ଆଉ ୪ ଜଣ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ । ଛୁରୀ ଦେଖାଇ ଯୁବକଙ୍କୁ ଭୟଭୀତ କରାଇବା ସହ ଯୁବତୀଙ୍କୁ ଏକ ଅନ୍ଧାରୁଆ ସ୍ଥାନକୁ ଟେକି ନେଇଥିଲେ ଅଭିଯୁକ୍ତ । ପରେ ଏଠାରେ ସମସ୍ତେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା କହିଛି ପୋଲିସ ।

ତେବେ ଏ ଘଟଣା ନେଇ ୫ ଜଣଙ୍କୁ ଗିରଫ ହୋଇଥିବା ବେଳେ ଷଷ୍ଠ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ସମସ୍ତଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନାର ଧାରା ଅନୁସାରେ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking