29.1 C
Bhubaneswar
Sunday, May 19, 2024
Homebuisnessପାକିସ୍ତାନକୁ ଋଣ ବୋଝର ଚିନ୍ତା; ୧୦୦ ବିଲିୟନରୁ ଏବର୍ଷ ଦେବାକୁ ହେବ ୨୧ ବିଲିୟନ

ପାକିସ୍ତାନକୁ ଋଣ ବୋଝର ଚିନ୍ତା; ୧୦୦ ବିଲିୟନରୁ ଏବର୍ଷ ଦେବାକୁ ହେବ ୨୧ ବିଲିୟନ

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନକୁ ଏବେ ଘାରିଛି ଋଣ ବୋଝର ଚିନ୍ତା । ଦେଶର ଅର୍ଥନୀତି ପଛେଇ ଯାଇଥିବା ବେଳେ ଆର୍ଥିକ ସ୍ଥିତି ମଧ୍ୟ ଦୟନୀୟ ଅବସ୍ଥାରେ ପହଞ୍ଚିଛି । ଏପରିକି ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୩୧୩ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଏ ନେଇ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅର୍ଥମନ୍ତ୍ରୀ ମିଫତାହ ଇସମାଇଲ ଡନ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ପାକିସ୍ତାନରେ ଏବେ ମାତ୍ର ୨ ବିଲିୟନ ଡଲାର ବିଦେଶୀ ମୁଦ୍ରା ଉପଲବ୍ଧ ରହିଛି । ଏହା ଉପରେ ଦେଶର ଋଣ ବୋଝ ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ବର୍ତ୍ତମାନ ୧୦୦ ବିଲିୟନ ଡଲାର ଋଣରେ ବୁଡି ରହିଛି । ତେବେ ଚଳିତବର୍ଷ ସୁଦ୍ଧା ଦେଶକୁ ୨୧ ବିଲିୟନ ଡଲାର ସୁଝିବାକୁ ହେବ ବୋଲି କହିଛନ୍ତି ପୂର୍ବତନ ଅର୍ଥନୀତି । ସେହିପରି ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୭୦ ବିଲିୟନ ଡଲାର ପୈଠ କରିବାକୁ ପଡିବ । ତେଣୁ ପାକିସ୍ତାନର ଭବିଷ୍ୟତକୁ ନେଇ ସେ ଚିନ୍ତା ଜାହିର କରିଛନ୍ତି । ଏହି ଋଣଭାର ଆଗକୁ ଆହୁରି ବୃଦ୍ଧି ପାଇ ଚାଲିବ ବୋଲି ସେ ଆଶଙ୍କା କରିଛନ୍ତି ।

ତେବେ ଏଭଳି ପରିସ୍ଥିତିରୁ ବାହାରିବା ପାଇଁ ହେଲେ ଦେଶରୁ ରପ୍ତାନୀକୁ ଆହୁରି ବୃଦ୍ଧି କରିବାକୁ ହେବ । ଏହାସହିତ କରେଣ୍ଟ ଆକାଉଣ୍ଟସରପ୍ଲସରେ ଚଳାଇବା ମଧ୍ୟ ଆବଶ୍ୟକ । ଏହାଦ୍ୱାରା ଋଣ ନ କରି ମଧ୍ୟ ଆମେ ଋଣ ସୁଝି ପାରିବା । ନଚେତ ଆଗାମୀ ୫ ବର୍ଷ ପରେ ପାକିସ୍ତାନ ଶ୍ରୀଲଙ୍କା ଭଳି ଦେବାଳିଆ ହୋଇଯିବା ଘଟଣାକୁ ଏଡାଇ ଦିଆଯାଇ ନପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking