32.1 C
Bhubaneswar
Saturday, May 4, 2024
Homeଅପରାଧବିବାହ କରିବାକୁ ମନାକରିବାରୁ ନାବାଳିକା ସାଥିରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ବିବାହ କରିବାକୁ ମନାକରିବାରୁ ନାବାଳିକା ସାଥିରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ବାଲିଗୁଡ଼ା : ବିବାହ ପାଇଁ ମନା କରିବାରୁ ଜଣେ ନାବାଳିକାକୁ ଜଣେ ଯୁବକ ଅପହରଣ କରିନେଇ ସାଥିମାନଙ୍କ ସହ ମିଶି ଗଣବଳାତ୍କାର କରିଥିବା ଭଳି ଅଭାବନୀୟ ଘଟଣା ସମଗ୍ର କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଲିଗୁଡ଼ା ଥାନାରେ ଏତଲା ହେବା ପରେ ପୋଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ,  ଫୁଲବାଣୀରେ ରହୁଥିବା ଜଣେ ନାବାଳିକାର ବାଲିଗୁଡାର ଜଣେ ଯୁବକଙ୍କ ସହ ବିବାହ ସ୍ଥିର ହୋଇଥିଲା। କିନ୍ତୁ ନାବାଳିକା ଜଣକ ବୟସ କମ କାରଣରୁ ବିବାହ କରିବାକୁ ରୋକଠୋକ ମନା କରି ଦେଇଥିଲା।

ଏଥିରେ ଉତ୍ତକ୍ଷିପ୍ତ ହୋଇ ଯୁବକ ଜଣକ ଆଉ ୩ଜଣ ସାଙ୍ଗଙ୍କୁ ନେଇ ନାବାଳିକାକୁ ଅପହରଣ କରିବାକୁ ଯୋଜନା କରିଥିଲା। ଦୁଇଦିନ ତଳେ ଏକ କାର ନେଇ ଯୁବକ ଫୁଲବାଣୀରେ ପହଞ୍ଚି ଘରେ ଏକୁଟିଆ ଥିବା ନାବାଳିକାକୁ ବଳପୂର୍ବକ ଟାଣି ନେଇ କାରରେ ବସାଇ ଦେଇଥିଲା। ବାଲିଗୁଡ଼ାର ସିଟି ସ୍କୁଲ ଯିବା ରାସ୍ତାରେ ନିରୋଳା ସ୍ଥାନ ଦେଖି ନାବାଳିକାକୁ ଗଣ ବଳାତ୍କାର କରିଥିଲେ। ଏଣେ ଝିଅକୁ ଘରେ ନପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନାବାଳିକାକୁ କିଛି ଯୁବକ ଅପହରଣ କରି ନେଇଥିବା ପରେ ସୂଚନା ପାଇଥିଲେ।

ବଳାତ୍କାରର ଶିକାର ନାବାଳିକା କୌଣସି ମତେ ଯୁବକମାନଙ୍କଠାରୁ ଖସି ଆସି ଘରେ ପହଞ୍ଚି ତା ପ୍ରତି ହୋଇଥିବା ଅତ୍ୟାଚାର ସମ୍ପର୍କରେ କହିଥିଲା। ଏ ସଂକ୍ରାନ୍ତରେ ବାଲିଗୁଡ଼ା ଥାନାରେ ଲିଖିତ ଏତଲା ପିତା  ଦେଇଥିଲେ। ଏତଲାକୁ ଭିତ୍ତିକରି ବାଲିଗୁଡ଼ା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାଲିଗୁଡ଼ା ଦଣ୍ଡପଦର ସାହିର ଚକାଡ଼ୋଳା ଦିଗାଳ, ମୁଣ୍ଡା ସାହିର ଦିଲୁ ନାୟକ, ହାଟପଦାର ଯୁଗଳ ସେଠୀ ଓ ସାରଙ୍ଗଡ଼ ଗ୍ରାମର ହ୍ରିତିକ ନାୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking