29.1 C
Bhubaneswar
Thursday, May 2, 2024
Homeଓଡିଶାସାର୍ବଜନୀନ ସ୍ଥାନରେ ପୂଜା ମନା

ସାର୍ବଜନୀନ ସ୍ଥାନରେ ପୂଜା ମନା

ପୁରୀ: ଜିଲାର କୌଣସି ସର୍ବସାଧାରଣ ସ୍ଥାନରେ ଏଥର ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ବୃଦ୍ଧି ହାରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କୌଣସି ଯୁବକ ସଂଘ, ଅନୁଷ୍ଠାନ, କ୍ଲବ କିମ୍ବା ବ୍ୟକ୍ତିବିଶେଷ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି କଟକଣା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସବୁଠି ଲାଗୁ ହେବ। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ଅନୁଷ୍ଠାନ, କ୍ଲବ, ବ୍ୟକ୍ତିବିଶେଷଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ନିଜ ଘରେ ଗଣେଶ ପୂଜା ଉତ୍ସବ ପାଳନ କରାଯିବା ଉପରେ କୌଣସି କଟକଣା ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଦିନକ ପରେ ଗଣେଶ ପୂଜା ଥିବାବେଳେ ପ୍ରଶାସନର ଏଭଳି ବିଳମ୍ବ ନିଷ୍ପତ୍ତିକୁ ନେଇ ମୂର୍ତ୍ତି କାରିଗରଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଲବର ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପୂର୍ବରୁ ବାଲେଶ୍ୱର ଓ କଟକ ଭୁବନେଶ୍ଵରରେ ଗଣେଶ ପୂଜା କରିବାକୁ ବାରଣ କରା ଯାଇଛି। ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ କାଲି କହିଛନ୍ତି ଯେ ଯଦି ସ୍ଥାନୀୟ ପ୍ରଶାସନ ପୂଜା କରିବାକୁ ଚାହିଁବେ, ତେବେ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ମାନି କରି ପାରିବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking