40.1 C
Bhubaneswar
Wednesday, April 24, 2024
Homeଓଡିଶାଅଣ ସଂଗଠିତ ଶ୍ରମିକ କଂଗ୍ରେସ "ଜୀବିକା ବଞ୍ଚାଓ " ଅଭିଯାନକୁ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସଫଳ...

ଅଣ ସଂଗଠିତ ଶ୍ରମିକ କଂଗ୍ରେସ "ଜୀବିକା ବଞ୍ଚାଓ " ଅଭିଯାନକୁ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସଫଳ କରିବାକୁ ଆହ୍ୱାନ 

ଯାଜପୁର – ଅଣ ସଂଗଠିତ ଶ୍ରମିକ ମାନଙ୍କ ବେରୋଜଗାର ଫଳରେ ପରିବାର ପ୍ରତିପୋଷଣ ରେ ଦେଖା ଦେଇଥିବା ବିଭିନ୍ନ ପ୍ରକାର ସମସ୍ୟା କୁ ଆଖି ଆଗରେ ରଖି ଅଖିଳ ଭାରତୀୟ ଅଣ ସଂଗଠିତ କାମଗାର କଂଗ୍ରେସ ର ଅଧକ୍ଷ ଅରବିନ୍ଦ ସିଂ, ଏ ଆଇ ସି ସି ର କାର୍ଯ୍ୟକାରୀ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଓ ଓଡିଶା ଇନଚାର୍ଜ ଚନ୍ଦ୍ରରେଖା ପାଣ୍ଡେ ଙ୍କ ନିର୍ଦେଶ କ୍ରମେ ଭାରତୀୟ ସ୍ତରରେ “ଜୀବିକା ବଞ୍ଚାଓ “ନାମରେ ଅଭିଯାନ ଆରମ୍ଭ କରିଛନ୍ତି !ଏହା ଅଗଷ୍ଟ 15 ଠାରୁ 31ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ! ଏହା ରାଜ୍ୟରେ ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଅଣ ସଂଗଠିତ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଅଟୋ ଚାଳକ, ରିକ୍ସା ଚାଳକ, ଘରୋଇ ଶ୍ରମିକ, ଉଠାଦୋକାନୀ, କୃଷି ଶ୍ରମିକ, ଜବକାର୍ଡ ଧାରୀ ଶ୍ରମିକ ମାନେ ଅଣସଂଗଠିତ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରିବା, ଜୀବିକା ବଞ୍ଚାଓ, ସମସ୍ତଙ୍କ ଜମା ଖାତାରେ ତୁରନ୍ତ ଟଙ୍କା ଜମା କରିବା ଓ ସମସ୍ତ ଅଣସଂଗଠିତ  ଶ୍ରମିକ ମାନଙ୍କୁ ତୁରନ୍ତ ରାସନ କାର୍ଡ ପ୍ରଦାନ କରିବା ପୋଷ୍ଟ କାର୍ଡ ରେ ଲେଖି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ନିକଟକୁ ପୋଷ୍ଟ କରାଯିବ !ଯେଉଁ ଅଣ ସଂଗଠିତ ଶ୍ରମିକ ମାନେ ଚିଠି ପଠାଇବେ  ସେମାନଙ୍କ ନାମ, ଫୋନ ନମ୍ବର, ଓ କଣ କରନ୍ତି ଲେଖି ପୋଷ୍ଟ କରିବେ ସେମାନେ କୋଭିଡ- 19 ନିୟମ ମାନି ସାମାଜିକ ଦୂରତା ରକ୍ଷା କରି ପକାଇବା କୁ ପ୍ରତ୍ୟେକ ଜିଲ୍ଲା କମିଟି, ବ୍ଲକ କମିଟି ଙ୍କୁ ସଫଳ କରିବା  ନିମନ୍ତେ ଆହ୍ୱାନ ଦେବା ସହିତ ଓଡିଶା ରେ 5 ଲକ୍ଷ ପୋଷ୍ଟ କାର୍ଡ ପକାଇବା ର ଲକ୍ଷ ରଖାଯାଇଛି ବୋଲି ଅଣ ସଂଗଠିତ ଶ୍ରମିକ କଂଗ୍ରେସ ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଜଣାଇଛନ୍ତି !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking