31.1 C
Bhubaneswar
Friday, March 29, 2024
Homeଓଡିଶାଆଜିଠୁ ଗୋଟିଏ କ୍ଲିକରେ ମିଳିବ ଜଳସମ୍ପଦ ବିଭାଗର ସମସ୍ତ ତଥ୍ୟ

ଆଜିଠୁ ଗୋଟିଏ କ୍ଲିକରେ ମିଳିବ ଜଳସମ୍ପଦ ବିଭାଗର ସମସ୍ତ ତଥ୍ୟ

ଭୁବନେଶ୍ୱର: ଆଜିଠୁ ଗୋଟିଏ କ୍ଲିକରେ ମିଳିବ ଜଳ ସଂପଦ ବିଭାଗର ସମସ୍ତ ତଥ୍ୟ । ଓଡ଼ିଶା ଇରିଗେସନ ଇନଫର୍ମେସେନ ସିଷ୍ଟମରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ଲୋକାର୍ପିତ ହେବ ଜଳ ସଂପଦ ବିଭାଗର ତଥ୍ୟ ସମ୍ବଳିତ ନୂଆ ପୋର୍ଟାଲ । ଏଥିରେ ମିଳିବ ବନ୍ୟା, ବନ୍ୟା ପରେ ଚାଷ ଓ ଶସ୍ୟ ଓ ଜଳକର ବାବଦରେ ସମସ୍ତ ସୂଚନା । ODISHA 4K GEO. IN ଲଗଇନ୍ କରି ସମସ୍ତ ସୂଚନା ପାଇପାରେବେ ଜନସାଧାରଣ । ଏହା ସହିତ ଓଡ଼ିଶା ଆଣ୍ଡ୍ରଏଡ ମୋବାଇଲରେ ଚେକ୍ ଡ୍ୟାମ ଆପ ସହାୟତାରେ ସମସ୍ତ ତଥ୍ୟ ମିଳିପାରିବ । ରାଜ୍ୟର କେଉଁ ନଦୀ ଉପରେ କେଉଁଠି ବ୍ୟାରେଜ୍ ଅଛି? କାହାର ଜଳସେଚନ କ୍ଷମତା କେତେ? କେତୋଟି କାର୍ଯ୍ୟକ୍ଷମ ଅଛି? ବ୍ୟାରେଜରୁ କେନାଲ ଦେଇ ପାଣି ଯିବାରେ ସମସ୍ୟା ଅଛି କି? ବିଲରେ ପାଣି ପହଞ୍ଚିବାରେ ଅଛି କ’ଣ ସମସ୍ୟା ? ଡ୍ୟାମର ସ୍ଥିତି କିପରି ଅଛି? କେଉଁ ଜାଗାରେ ଦୁର୍ବଳ ଅଛି କି? ଏସବୁ ପ୍ରଶ୍ନର ଉତ୍ତର ସାଧାରଣ ଲୋକ ଗୋଟିଏ କ୍ଲିକରେ ଜାଣିପାରିବେ । ଜଳସମ୍ପଦ ବିଭାଗ ରାଜ୍ୟର ସମସ୍ତ ଡ୍ୟାମ୍, କେନାଲ ଓ ପୋଖରୀର ଜିଓ ଟ୍ୟାଗିଂ କରାଯାଇଛି । ଜୁନ ପହିଲାରୁ ଏହି କାର୍ଯ୍ୟ ଜାରି ରହିଥିଲା । ଏହାଦ୍ବାରା ସାଧାରଣ ଲୋକ ମଧ୍ୟ ଜଳସମ୍ପଦ କ୍ଷେତ୍ରର ସମସ୍ତ ଆସେଟ୍ ବାବଦରେ ସବୁ ତଥ୍ୟ ଜାଣିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking