33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ“ଜୟ ଅନୁସନ୍ଧାନ”ର ଡାକରା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

“ଜୟ ଅନୁସନ୍ଧାନ”ର ଡାକରା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:ନିଜ ଭାଷାକୁ ନେଇ ଗର୍ବ ହେବା ଦରକାର । ଏହା ଆମକୁ ଆମ ପୂର୍ବଜଙ୍କ ମାନଙ୍କ ଠାରୁ ମଳିଛି । ତେଣୁ ଏହାକୁ ନେଇ ଆମେ ଗର୍ବ କରିବା ଦରକାର । ଆଜି ଦେଶ ତାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରେ ଭାରତବାସୀ ମାନଙ୍କୁ ଉଦଭୋଦନ କରୁଛନ୍ତି । ସେ ଆଜି କହିଛନ୍ତି ଯେ ଏକତା ହିଁ ସବୁ ଠାରୁ ବଡ । ଆଜି ଆମେ ଏଭଳି ଭାରତ ବର୍ଷରେ ବସବାସ କରୁଛୁ ଯାହା ଏକତାର ଏକ ବିରାଟ ଉଦାହରଣ । ଆମ ଦେଶରେ ଉଭୟ ପୁଅ ଆଉ ଝିଅ ସମାନ । ଏଠାରେ ଉଭୟଙ୍କୁ ସମାନ ସମ୍ମାନ ସମାନ ଅଧିକାର ଦିଆଯାଇଛି । ଏହା ସହିତ ମୋଦୀ ନାରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ କହିଛନ୍ତି ।ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଜରୁରୀ । ଏହା ନାରୀ ମାନଙ୍କ ପାଇଁ ସ୍ୱର୍ଣ୍ଣକାଳ । ନାରୀ ମାନଙ୍କୁ ପ୍ରଗତିର ମୁଖ୍ୟସ୍ରୋତ ରେ ସେ ଆଜି ଦେଖୁଛନ୍ତି। ତାଙ୍କୁ ସୁଯୋଗ ଦେଲେ ସବୁ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି । ଆମେ ସବୁ ହେଉଛୁ ବସୁଧୈବ କୁଟୁମ୍ବକମ । ଜୟ ଜବାନ, ଜୟ କିଷାନ ସହ ଜୟ ଅନୁସନ୍ଧାନ ବୋଲି କହିଛନ୍ତି ମୋଦୀ । ମହାପୁରୁଷ ମାନଙ୍କ ଅବଦାନ କୁ ମନେପକାଇବା ସହ ଏହି ମହାନ ପୁରୁଷଙ୍କ ବଳିଦାନ ପାଇଁ ଆଜି ଦେଶ ସ୍ୱାଧୀନ ବୋଲି କହିଛନ୍ତି ମୋଦୀ । ବର୍ତ୍ତମାନ ଦେଶ ପ୍ରଗତିର ଗତିପଥରେ ଅଗ୍ରଗତି କରିଚାଲିଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖି ଚାଲିଛୁ ବୋଲି ମୋଦୀ ନିଜ ଭାଷଣରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking