26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଚୀନକୁ ଆଉକ ଏକ ଝଟକା: ତାଇୱାନରେ ପହଞ୍ଚିଲା ଆମେରିକାର ସଂସଦୀୟ ପ୍ରତିନିଧିମଣ୍ଡଳ

ଚୀନକୁ ଆଉକ ଏକ ଝଟକା: ତାଇୱାନରେ ପହଞ୍ଚିଲା ଆମେରିକାର ସଂସଦୀୟ ପ୍ରତିନିଧିମଣ୍ଡଳ

ନୂଆଦିଲ୍ଲୀ: ଆମେରକା ବାଚସ୍ପତି ନାନ୍ସି ପେଲୋସିଙ୍କ ପରେ ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନ ପହଞ୍ଚିଛନ୍ତି । ତାଇୱାନ ବିଦେଶ ମନ୍ତ୍ରଣାଳୟ ଅନୁସାରେ, ଆମେରିକା ସାଂସଦଙ୍କ ଏହି ଯାତ୍ରା ବାଚସ୍ପତି ନାନ୍ସି ପେଲୋସିଙ୍କ ଯାତ୍ରାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ହେଉଛି। ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନ ପହଞ୍ଚିବା ପରେ ସେଠାରେ ତାଇୱାନ ସେନା ତାଙ୍କୁ ସ୍ୱାଗତ କରିଥିଲେ । ପୁରୁଣା ବନ୍ଧୁ ଏବଂ ଅତୁଟ ସମର୍ଥନ ପାଇଁ ସମାନ ବିଚାରଧାରା ରଖୁଥିବା ସାଂସଦଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି ତାଇଓ୍ବାନ ସେନା । ଆମେରିକା ବାଚସ୍ପତି ନାନ୍ସି ପାଲେସିଙ୍କ ତାଇୱାନ ଗସ୍ତ ପରେ ଚୀନ ଏବଂ ଆମେରିକା ମଧ୍ୟରେ ଚିକ୍ତତା ଚରମରେ ପହଞ୍ଚିଛି । ନାନ୍ସି ପେଲୋସିଙ୍କ ଯାତ୍ରାକୁ ଚୀନର ସାର୍ବଭୌମତ୍ୱର ଉଲ୍ଲଂଧନ ବୋଲି ବେଜିଂ କହିଥିଲା । ଏବେ ଏଭଳି ଗସ୍ତ ପରେ ତାଇଓ୍ବାନ ଚୀନ୍‌ ସମ୍ପର୍କ ଆହୁରି ଗରମ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking