38.1 C
Bhubaneswar
Wednesday, May 1, 2024
Homeଖେଳଫ୍ରେଞ୍ଚ୍ ଓପନ୍ ଏଣ୍ଟ୍ରି ଲିଷ୍ଟ୍‌: ଫେରିଲେ ଜୋକୋଭିଚ୍‌; ପାଞ୍ଚବର୍ଷ ପରେ ମୁଖ୍ୟ ଡ୍ର’ରେ ନାଗଲ୍ ପ୍ରଥମ...

ଫ୍ରେଞ୍ଚ୍ ଓପନ୍ ଏଣ୍ଟ୍ରି ଲିଷ୍ଟ୍‌: ଫେରିଲେ ଜୋକୋଭିଚ୍‌; ପାଞ୍ଚବର୍ଷ ପରେ ମୁଖ୍ୟ ଡ୍ର’ରେ ନାଗଲ୍ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ:  ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଫ୍ରେଞ୍ଚ୍ ଟେନିସ୍ ଫେଡେରେସନ୍ ମଙ୍ଗଳବାର ଏଣ୍ଟ୍ରି ଲିଗ୍ ଘୋଷଣା କରିଛି । ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନରେ ଥିବା ପୁରୁଷ ଖେଳାଳି ନୋଭାକ୍ ଜୋକୋଭିଚ୍ ଏବଂ ମହିଳା ଖେଳାଳି ଇଗା ସ୍ୱିଆଟେକ୍ ଲିଷ୍ଟ୍‌ର ପ୍ରଥମ ସ୍ଥାନରେ ରହିଛନ୍ତି । ଫ୍ରେଞ୍ଚ୍ ଓପନ୍ ପ୍ୟାରିସ୍‌ର ରୋଲାଣ୍ଡ୍ ଗାରୋସ୍‌ରେ ମେ ୨୦ରୁ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ଆହତ କାରଣରୁ ଗତବର୍ଷ ଟୁର୍ଣ୍ଣାମେଣ୍ଟ୍‌ରେ ଖେଳିପାରି ନଥିବା ୧୪ ଥରର ଗ୍ରାଣ୍ଡ୍‌ସ୍ଲାମ୍ ଚାମ୍ପିଅନ୍ ରାଫେଲ୍ ନାଦାଲ୍ ଲିଷ୍ଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ସ୍ପାନିଶ୍ ଖେଳାଳି ପ୍ରୋଟେକ୍ଟେଡ୍ ର‌୍ୟାଙ୍କିଙ୍ଗ୍ ବ୍ୟବହାର କରିଛନ୍ତି । ସେହିପରି ମାରିନ୍ ସିଲିସ୍‌, ଡେନିସ୍ ଶାପୋଭାଲୋଭ୍‌, କେଇ ନିଶିକୋରୀ ଏବଂ କ୍ୱୋନ୍ ସୁନ୍‌ୱୁ ମଧ୍ୟ ପ୍ରୋଟେକ୍ଟେଡ୍ ର‌୍ୟାଙ୍କିଙ୍ଗ୍ ବ୍ୟବହାର କରି ଲିଷ୍ଟ୍‌ରେ ସ୍ଥାନ ପାଇଛନ୍ତି ।
ଭାରତ ପକ୍ଷରୁ ସମିତ୍ ନାଗଲ୍ ତାଙ୍କ ବିଶ୍ୱ ର‌୍ୟାଙ୍କିଙ୍ଗ୍ (୮୦ତମ ସ୍ଥାନ) ଜରିଆରେ ମୁଖ୍ୟ ଡ୍ର’ରେ ସ୍ଥାନ ପାଇଛନ୍ତି । ଶେଷଥର ପାଇଁ ପ୍ରଜେ୍ଞଶ ଜୁନେଶ୍ୱରନ୍ ଶେଷ ଭାରତୀୟ ଭାବେ ୨୦୧୯ ଫ୍ରେଞ୍ଚ୍ ଓପନ୍‌ର ମୁଖ୍ୟ ଡ୍ର’ରେ ସ୍ଥାନ ହାସଲ କରିଥିଲେ ।
ମହିଳା ସିଙ୍ଗଲ୍ସରେ ଆଠଜଣ ଖେଳାଳି ପ୍ରୋଟେକ୍ଟେଡ୍ ର‌୍ୟାଙ୍କିଙ୍ଗ୍ ବ୍ୟବହାର କରି ଲିଷ୍ଟ୍‌ରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଞ୍ଜେଲିକ୍ କେର୍‌ବର୍‌, ନାଓମୀ ଓସାକା, ଇରିନା-କାମେଲିଆ ବେଗୁ, ଆମଣ୍ଡା ଆନିସିମୋଭା, ବିୟାଙ୍କା ଆଣ୍ଡ୍ରିସ୍କ୍ୟୁ, ଜୁଲିଆ ଗ୍ରାଭେର୍‌, ଆଲିସନ୍ ଭାନ୍ ୟୁତ୍‌ଭାଙ୍କ୍ ଏବଂ ଆଲେକ୍‌ସାନ୍ଦ୍ରା କ୍ରୁନିକ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking